ନୟାଗଡ଼,୧୦/୩: ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ନୟାଗଡରେ ଥିବା ସମସ୍ତ ପୂଜକମାନଙ୍କୁ ନେଇ ଏକ ବାଲ୍ୟବିବାହ ପ୍ରତିରୋଧ ସଚେତନତା ଶିବିର ଉପଜିଲ୍ଲାପାଳ ନୟାଗଡ ଶକ୍ତିକାନ୍ତ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି ।ଏଥ୍ରେ ସମ୍ମାନୀୟ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନୟାଗଡରେ ବାଲ୍ୟବିବାହର ମାତ୍ରା ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ ଏବଂ ବାଲ୍ୟ ବିବାହ ନିଷେଧ ଅଧିନିୟମ
୨୦୦୬ ନିୟମର ଉଲଂଘନ କଲେ ଆଇନ ଅନୁଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରାଯିବ ବୋଲି ଉପସ୍ଥିତ ଥିବା ସମସ୍ତ ମନ୍ଦିରର ପୂଜକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସଚେତନା ଶିବିରରେ ପ୍ରତେକ ମନ୍ଦିର ରୁ ପୂଜକ, ବଜା ବାଲା, ଟେଣ୍ଟହାଉସର ମାଲିକ ମାନେ ଯୋଗ ଦେବା ସହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଏବଂ ବାଲ୍ୟ ବିବାହ ବିରୋଧରେ ସ୍ବର
ଉତ୍ତୋଳନ କରିବେ ବୋଲି ସମସ୍ତେ ନିଷ୍ପତି ନେଇଥିଲେ । ଏହି କାର୍ଯ୍ୟକର୍ମରେ ଚିତ୍ତରଞ୍ଜନ ମହାନ୍ତି ଉପସ୍ଥିତ ହୋଇ ସମସ୍ତଙ୍କୁ ବାଲ୍ୟ ବିବାହ ନିଷେଧ ଅଧିନିୟମ-୨୦୦୬ ଏବଂ ଓଡିଶା ବାଲ୍ୟ ବିବାହ ନିୟମ ସମ୍ପର୍କରେ ଆଇନଗତ ଦିଗ ଗୁଡିକୁ
ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ସତ୍ୟ ରଞ୍ଜନ ଦାଶ ଆନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ନୟାଗଡ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.