କାମାକ୍ଷାନଗର(ରିତେଶ ବ୍ରହ୍ମା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ଏନଏସି ତଥା ଜାଗା ମିଶନ ର ଅନୁଧ୍ୟାନ କରିଛନ୍ତି ରାଜ୍ୟ ଜାଗା ମିଶନ ର ଆଡ଼ଭାଇଜର ହରି ଶଙ୍କର ରାଉତ l ଏହି ପରିପ୍ରେକ୍ଷୀରେ କାମାକ୍ଷାନଗର ଏନଏସି ଅଫିସ କାର୍ଯ୍ୟାଳୟ ଠାରେ ଦିନ ୧୨ ଟା ବେଳେ ପହଁଚିବା ପରେ ନଗରପାଳ ଧର୍ମାନନ୍ଦ ପରିଡା ଶ୍ରୀଯୁକ୍ତ ହରି ଶଙ୍କର ରାଉତ ଙ୍କୁ ଫୁଲ ତୋଡା ଦେଇ ଭବ୍ୟ ସ୍ବାଗତ କରିଥିଲେ। ତାପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ନଗରପାଳ ଙ୍କ କକ୍ଷ ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ କାମାକ୍ଷାନଗର ଅଞ୍ଚଳ ରେ ହେଉଥିବା ଜାଗା ମିଶନ କାର୍ଯ୍ୟକ୍ରମ ଉପରେ ଏକ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା କରିଥିଲେ l ଏହି ବୈଠକ ରେ ଶ୍ରୀଯୁକ୍ତ ହରି ଶଙ୍କର ରାଉତ ଙ୍କ ସହ ନଗରପାଳ ଧର୍ମାନନ୍ଦ ପରିଡା, ଉପନଗରପାଳ ଶ୍ରୀମତୀ ଶକୁନ୍ତଳା ସେଠୀ, ନିର୍ବାହୀ ଅଧିକାରୀ ଯତୀନ୍ଦ୍ର ମିଶ୍ର କାଉନସିଲର ସୌମ୍ୟାଶ୍ରୀ ଜି , କାଉନସିଲର ଜିତେନ୍ଦ୍ର ରାଉଳ , କାଉନସିଲର ରିତାଞ୍ଜଳି ନାୟକ ଏବଂ ଅଫିସ୍ ଷ୍ଟାଫ୍ ଉପସ୍ଥିତ ଥିଲେ ଆଲୋଚନା ପରେ କାମାକ୍ଷାନଗର ଏନଏସି ର ବିଭିନ୍ନ ୱାର୍ଡ ପରିକ୍ରମା କରି ସ୍ଥାନୀୟ ଲୋକଙ୍କୁ ରାଜ୍ୟ ସରକାର ଙ୍କ ଜାଗା ମିଶନ ଉପରେ ଆଲୋଚନା କରିଥିଲେ ଏବଂ ଯୋଗ୍ୟ ଲୋକଙ୍କୁ ସରକାର ଙ୍କ ତରଫରୁ ଜାଗା ମିଳିଛି କି ନାହିଁ ପଚାରି ବୁଝିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post