ପଦ୍ମପୁର ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

0 3

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଦମପୁର ବିଧାୟିକା ବର୍ଷା ସିଂ ଯୋଗଦାନ କରି ନିଜର ବକ୍ତବ୍ୟ ସେ କହିଥିଲେ ଆଜି ମହିଳା ମାନେ କେବଳ ରୋଷେଇ କାମ ରେ ସୀମିତ ନ ରହି ରାଜନୈତିକ, ସାମାଜିକ କାମ ଠୁ ଆରମ୍ଭ କରି ବିମାନ ଚଳାଇ ନିଜ ର ଦକ୍ଷତା ପ୍ରତିପାଦନ କରି ପାରୁଛନ୍ତି l ତେଣୁ ନିଜ ଅଞ୍ଚଳ ରେ ମହିଳା ସଶକ୍ତିକରଣ କୁ ଅଧିକ କ୍ରିୟାଶୀଳ କରିବା ସହିତ ଝିଅ ମାନଙ୍କ ଶିକ୍ଷା ପାଇଁ ଅଧିକ ସଜାଗ ରହିବାକୁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ l ଅନ୍ୟ ଅତିଥି ଭାବେ ପାଇକମାଲ ବ୍ଳକ ଚେୟାରମ୍ଯାନ ଭାବନା ସିଂହ, ପଦ୍ମପୁର ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ, ଟାଉନ ମହିଳା ସଭାପତି ମନୋରମା ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ପୁଟା, ଜିଲ୍ଲା ମହିଳା ଉପ ସଭାପତି ରଜନୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପୂର୍ଣିମା ରଣା, ପଦମପୁର ବ୍ଲକ ମହିଳା ସଭାପତି ଡଲି ବେହେରା, ଓ ସମସ୍ତ ୱାର୍ଡ ନମ୍ବର ଉପସ୍ଥିତ ଥିଲେ l

Leave A Reply

Your email address will not be published.