ସଫଳତା ପାଇଲେ ସୋହେଲାର ବିପୁଳ

0 3

ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବିଧାୟକ ସୁଶାନ୍ତ ସିଂ

ବରଗଡ :-ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ଆୟୋଜିତ ସହକାରୀ ନିର୍ଦ୍ଦେଶକ (ଆଇନ) ପରୀକ୍ଷାରେ ସଫଳ ଭାବେ କୃତକାର୍ଯ୍ୟ ହେଲେ ସୋହେଲା ରେଙ୍ଗାଲି ଗ୍ରାମର ସ୍ବର୍ଗତ ଶ୍ରୀ ରାଧାଶ୍ୟାମ ବାରିକ ଙ୍କ ନାତି ତଥା ସୋହେଲା ର ବରିଷ୍ଠ ଆଇନଜୀବି ଶ୍ରୀ ଅଶୋକ କୁମାର ବାରିକ ଙ୍କ ସୁପୁତ୍ର ବିପୁଳ କୁମାର ବାରିକ। ପିଲାଟି ଦିନରୁ ସେ ଜଣେ ମେଧାବୀ ଛାତ୍ର ଅଟନ୍ତି। ସେ ସୋହେଲା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ତାଙ୍କର ପ୍ରାଥମିକ ଶିକ୍ଷା ପରେ ପାଇକମାଳ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ରେ ଦଶମ ଏବଂ କୋଣାର୍କ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଦ୍ଵାଦଶ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ। ସେ ଭୁବନଶ୍ଵରସ୍ଥିତ ୟୁନଭରସିଟି ଆଇନ ମହାବିଦ୍ୟାଳୟ ରୁ ଆଇନ ରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଦିଲ୍ଲୀ ରେ ରହି ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି କରୁଥିଲେ। ସେ ତାଙ୍କର ସଫଳତା ର ଶ୍ରେୟ ସର୍ବପ୍ରଥମେ ତାଙ୍କର ଅଜା ଏଡଭୋକେଟ ଶ୍ରୀ ଗଜାନନ ବାରିକ, ପିତାମାତା ତଥା ଶିକ୍ଷକ ଏବଂ ଗୁରୁଜନ ମାନଙ୍କୁ ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ,ପୂର୍ବତନ ସାଂସଦ ଶ୍ରୀ ପ୍ରଭାସ ସିଂ ଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.