ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜାତୀୟ ମହିଳା ଚିତ୍ରଶିଳ୍ପୀ ଶିବିରଉ ଦଘାଟିତ

0 3

କୋଣାର୍କ/ଭୁବନେଶ୍ୱର- ଓଡ଼ିଶା ଲଳିତ କଳା ଏକାଡେମୀ,ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇକୋରିଟ୍ରିଟ ସେଣ୍ଟର୍, କୋଣାର୍କଠାରେ ଜାତୀୟସ୍ତରୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଆଜି ଉଦଘାଟିତ ହୋଇଯାଇଛି। ଭାରତର ବିଭିନ୍ନ ସ୍ଥାନରୁ୧୯ଜଣ ନାରୀଶିଳ୍ପୀଙ୍କୁ ନେଇଏହି ୪ଦିନିଆ ମହିଳା ଚିତ୍ରଶିଳ୍ପୀ ଶିବିରଅନୁଷ୍ଠିତହେଉଛି ।

ଉଦଘାଟନ ଉତ୍ସବ ଅବସରରେ ଉଦଘାଟକ ରୂପେ ରାଜ୍ୟ ଓଡ଼ିଆଭାଷା, ସାହିତ୍ୟଓସଂସ୍କୃତିବିଭାଗ ବିଭାଗର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସଏବଂ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏକାଡେମୀର ସଚିବ ପଞ୍ଚାନନ ସାମଲ ପ୍ରାରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଶିଳ୍ପୀମାନଙ୍କୁ ଅବଗତ କରାଇଥିଲେ ।

ଉପସ୍ଥିତ ଅତିଥିବୃନ୍ଦ ଅଂଶଗ୍ରହଣକାରୀ ଶିଳ୍ପୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଶିବିର ଅବସରରେ ହାଇଦ୍ରାବାଦରୁ ଗୌରୀ ଭେମୂଲା, ଆସାମରୁ ଉପାସନା ବୋରା, ବିହାରରୁ ବନ୍ଦନା କୁମାରୀ, ଆଗ୍ରାରୁ କୀର୍ତ୍ତି ସକ୍ସେନା, ବାଙ୍ଗାଲୋରରୁ ଅର୍ପିତାଆର.ଜି, ଜବଲପୁରରୁ ସୁପ୍ରିୟା ଶ୍ରୀବାସ୍ତବ ଅମ୍ବର୍, ଗୋଆରୁ ହର୍ଷଦା କେରକାର୍ସୋନେକ୍ସ, ଉତ୍ତରପ୍ରଦେଶରୁ ତବସୁମ୍ଖାନ, ଲକ୍ଷ୍ନୌରୁ ମଇନାଜ୍ବାନୁ, ଦିଲ୍ଲୀରୁ ବବିତା ପାତ୍ର, ନିବେଦିତା ପଟ୍ଟନାୟକ, ଲିପ୍ସା ପଟ୍ଟନାୟକ, ଶୁଭ୍ରା ଚାନ୍ଦ ଓ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ, ଅଭିପ୍ସା ପ୍ରଧାନ, ଭୁବନେଶ୍ୱରରୁ ଅତସୀ ବସୁ ଜେନା, ଲିପିଶ୍ରୀ ନାୟକ, ସତ୍ୟଭାମା ମାଝୀ ଓ ବାଲେଶ୍ଵରରୁ ଆର୍ଯ୍ୟପ୍ରଜ୍ଞା ବାସବଦତ୍ତା ପ୍ରମୁଖ ଅଂଶଗ୍ରହଣ କରିଛନ୍ତି।

ଶିଳ୍ପୀମାନେ ଶିବିର ଅବସରରେ ନିଜନିଜ ଶୈଳୀରେ ସମସାମୟିକ ଚିତ୍ର ଅଙ୍କନ କରିବେ। ଏହି ଶିବିର ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ I

Leave A Reply

Your email address will not be published.