ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପାଇକମାଲ ବନାଞ୍ଚଳ ଝାରବନ୍ଧ ବ୍ଲକ ଡ଼ଭା, ଛୋଟ ଅନକି ପଞ୍ଚାୟତର ବଲାଙ୍ଗୀର ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ବୁଲୁଥିବାର ଦେଖି ସାଙ୍ଗେ ସାଙ୍ଗେ ବନ ବିଭାଗ କୁ ଖବର ଦେଇଥିଲେ ଖବର ପାଇ ବନ ବିଭାଗ ସାଙ୍ଗେ ସାଙ୍ଗେ ପହଂଚିଥିଲେ | ଖାଦ୍ୟ ଓ ପାଣି ଅନ୍ବେଷଣ ପାଇଁ ଛତିଶଗଡ଼ ଅଞ୍ଚଳ ରୁ ଆସି ଥାଇପାରେ ବୋଲି ପାଇକମାଲ ରେଞ୍ଜର ଶ୍ରୀ ରାଜେନ୍ଦ୍ର କୁମାର ଭୋଇ କହିଛନ୍ତି l
ଏଥିନେଇ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି l ସନ୍ଧ୍ୟା ରେ ତାଟି କବାଟ ପଡୁଛି l ଏବଂ ରାସ୍ତା ଜନଶୂନ୍ୟ ହୋଇପଡୁଛି l ସଞ୍ଜ ନଇଁ ଆସିବା ପୂର୍ବରୁ ଅଞ୍ଚଳବାସୀ କାମ ଧନ୍ଦା ତୁଟାଇ ଘରକୁ ଫେରି ଆସି ଆଉ ପଦାକୁ ବାହାରୁ ନାହାନ୍ତି l ସଂରକ୍ଷିତ ଜଙ୍ଗଲରେ ହାତୀ ଦେଖିବା ପରେ ବନ ବିଭାଗ ତତ୍ପର ହୋଇ ପଡିଛି l ଏଥି ସହ ରେଞ୍ଜର ଶ୍ରୀ ଭୋଇ, ଫରେଷ୍ଟର ରଜନୀକାନ୍ତ ବଢ଼େଇ, ଗିରିରାଜ କୁମ୍ଭାର, ଫରେଷ୍ଟ ଗାର୍ଡ ଯୋଗେଶ ଭୋଇ, ସଙ୍ଗୀତା ଭଗତ, ପ୍ରତିମା ସୁନା ଘଟଣା ଉପରେ ତୀକ୍ଷ୍ମ ନଜର ରଖିଛନ୍ତି l ଛୋଟ ଅନକି, ବଲାଙ୍ଗୀର ସଂରକ୍ଷିତ ଜଙ୍ଗଲ ପାଖରେ ବହୁ ଜନବସତି ରହିଛି l ଲୋକ ମାନେ କୌଣସି କାମରେ ଏବେ ଜଙ୍ଗଲକୁ ନଯିବା ପାଇଁ ବନ ବିଭାଗ ପକ୍ଷରୁ କୁହାଯାଇଛି l
Sign in
Sign in
Recover your password.
A password will be e-mailed to you.