ରାଉରକେଲା /ସାରନଗରୀ,(ବସନ୍ତ କୁମାର ଜେନା):ଦକ୍ଷିଣ ରାଉରକେଲାସ୍ଥିତ ତାରାପୁର ଫିଲଟର ହାଉସ କଲୋନୀ ପଡ଼ିଆ ଠାରେ ବାବାମଣି ସୋସିଓ କଲଚରାଲ କ୍ଲବ ଆନୁକୂଲ୍ୟରେ ତୃତୀୟ ପ୍ରଫୁଲ୍ଲ ପ୍ରହରାଜ ସ୍ମାରକୀ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ସୁପର ସ୍ଟାଇକର୍ସ ଓ ସୁପର ଚାଇଜ୍ର ମଧ୍ୟରେ ଖେଳାଯାଇଥିଲ।। ଏଥିରେ ସୁପର ସ୍ଟାଇକର୍ସ ଚମ୍ପିଆନ ହୋଇଥିଲ।। ଏହି ଅବସରରେ ମୁଖ୍ୟଅତି୍୍୍ଥି ଭାବେ ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରା ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ସୁନୀଲ ସାମଲ ସାମାଜିକ କର୍ମୀ ଆକୁଳୀ ଚରଣ ସେନାପତି,ବରିଷ୍ଠ ଶିକ୍ଷକ ସୁଦର୍ଶନ ଦାସ ଯୋଗ ଦେଇ ରାତ୍ରିକାଳୀନ ଟୁ୍ର୍ଣ୍ଣାମେଂଟରେ ଭାଗ ନେଇଥିବା ଖେଳାଳୀମାନଙ୍କୁ କ୍ରିଡ଼ା କ୍ଷେତ୍ରରେ ଅଗ୍ରସର ହେବାକୁ ଉତ୍ସାହିତ କରିବା ସହ ସାରନଗରୀ ଅଚଳରେ ଏଭଳି କ୍ରିକେଟ ଟୁର୍ଣ୍ଣାମେଂଟର ଆୟୋଜନ ଦ୍ୱାରା ଭାଇଚାରା ଓ ବନ୍ଧୁତ୍ୱ ନିବିଡ଼ ହେବା ସହ ନୂତନ ଖେଳ ପ୍ରତିଭା ଗଢି ତୋଳିବାରେ ସହାୟକ ହେବ ବୋଲି ନିଜ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ମୁଖ୍ୟଅତିଥି ଚମ୍ପିଆନ ଦଳକୁ ୬ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସ ଅଫ ଦଳକୁ ୪ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲ।। ଅକ୍ଷୟ ମଲ୍ଲିକ ମଂଚ ପରିଚାଳନା କରିଥିଲେ । ଫାଇନାଲ ମ୍ୟାଚରେ ଅମ୍ପାୟାର ଭାବେ ଜ୍ଞାନ ରଂଜନ ପ୍ରହରାଜ ଓ ବିଜୟ ମହାପାତ୍ର ଖେଳ ଦାୟିତ୍ୱ ତୁଲାଇଥିଲେ । ଉକ୍ତ ଟୁର୍ଣ୍ଣାମେଂଟରେ କ୍ରିକେଟ ମ୍ୟାଚକୁ ପରିଚାଳନା କରିବାରେ ବିଜୟ ପ୍ରହରାଜ,ଗୌରାଙ୍ଗ ନାୟକ, ଅମର ବିଶ୍ୱାସ,ସିପୁନ ଦାସ,ସୁଦର୍ଶନ ପରିଡ଼ା,ସୁଦର୍ଶନ ଦାସ,ସୁମନ୍ତ ନାୟକ ସମେତ ବାବାମଣି ସୋସିଓ କଲଚରାଲ କ୍ଲବର ସମସ୍ତ ସଦସ୍ୟମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଉକ୍ତ ଟୁର୍ଣ୍ଣାମେଂଟରେ ମୋଟ ୧୮ଟି ଟିମ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଦେଖିବାକୁ ପଡ଼ିଆରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲ।।
Sign in
Sign in
Recover your password.
A password will be e-mailed to you.
Prev Post
ଇଫକୋ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଓ ଶ୍ରୀ ଜଗନ୍ନାଥ ମନ୍ଦିରକୁ ୧୧ ଲକ୍ଷ ଟଙ୍କା ଦାନ
Next Post