କାମାକ୍ଷାନଗର – କାମାକ୍ଷାନଗର ବ୍ଲକ ଅଫିସ୍ ନିକଟ ସମନ୍ବିତ ଶିଶୁ ବିକାଶ କେନ୍ଦ୍ର ରୁ ସିଡିପିଓ ଶୈଳେନ୍ଦ୍ରି ପଟେଲ୍ ଙ୍କ ନେତୃତ୍ବରେ ମହିଳା ଙ୍କ ସୁରକ୍ଷା, ସଂସାର ରେ ମହିଳା ଙ୍କ ଅଧିକାର, ମହିଳା ହିଂସା ବନ୍ଦ କର, କନ୍ୟା ଭ୍ରୁଣ ହତ୍ୟା ବନ୍ଦ କର, ବାଳିକା ଶିକ୍ଷା, କିଶୋରୀ ଶକ୍ତି ଯୋଜନା, ସମାଜ ରେ ମହିଳା ମାନଙ୍କ ଭୂମିକା, ନାରୀ ଙ୍କୁ ଶର୍ମାନ ଦେଲେ ଦେଶ ର ପ୍ରଗତୀ ହୋଇ ପାରିବ ଆଦି ନାରା ଦେଇ ଏକ ରାଲି ବାହାରିଥିଲା। ଏହି ରାଲି ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପନଗରପାଳ ଶକୁନ୍ତଳା ସେଠୀ, କାଉନସିଲର ସୌମ୍ୟାଶ୍ରୀ ଜି, ଲୋପାମୁଦ୍ରା ନାୟକ, ରିତାଞ୍ଜଳି ନାୟକ , ସୁପରଭାଇଜର ସୁଷମା ସେଠୀ, କଲ୍ୟାଣୀ ସାମଲ, ମଞ୍ଜରୀ ସାହୁ, ବବିତା ମହାଳିକ, ଦିପ୍ତିଲତା ନାୟକ, ମଧୁସ୍ମିତା ପାତ୍ର, ସ୍ୱର୍ଣାଲତା ସାହୁ, ଅଙ୍ଗନବାଡ଼ି କର୍ମୀ ରୁନୁବାଳା ସାହୁ, ଝୁନୁରାଣି ସେଠୀ, ଯଶୋବନ୍ତୀ ଖୁଣ୍ଟିଆ, ସୁଷମାବାଳା ଖଟୁଆ, ରଶ୍ମିତା ସାହୁ, ଶ୍ରଦ୍ଧାଂଜଳି ବାହାଲିଆ, ମିଶନ ଶକ୍ତି ଫେଡରେସନ୍ ସଭାପତି ନମିତା ସାହୁ, ଅଞ୍ଜଳି ବାରିକ୍ ଆଦି ନାରୀ ମାନେ ମହିଳା ଦିବସ ରାଲି ରେ ଯୋଗ ଦେଇଥିଲେ। ଆନ୍ତର୍ଜାତୀୟ ମହିଳା ଦିବସ ପ୍ରତି ବର୍ଷ ମାର୍ଚ୍ଚ ମାସ ୮ ତାରିଖ ରେ ପାଳନ କରାଯାଇଥାଏ , ଏହି ବର୍ଷ ମାର୍ଚ୍ଚ ୨ ତାରିଖ ରୁ ମାର୍ଚ୍ଚ ୮ ତାରିଖ ଯାଏ ପାଳନ କରାଯିବ ବୋଲି ସିଡିପିଓ ଶୈଲେନ୍ଦ୍ରି ପଟେଲ୍ କହିଛନ୍ତି। ସମାଜ ରୁ କିପରି ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ହିଂସା, ଭ୍ରୁଣ ହତ୍ୟା ରୋକା ଯାଇପାରିବ ମହିଳା ମାନଙ୍କୁ କିପରି ଶର୍ମାନ ମିଳିବ ସେ ବିଷୟରେ କହିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post