ଆଦିବାସୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

0 3

ଅଶୋକ ସାହୁ/ଶାସକ ପ୍ରଶାସକ:ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଅଧକ୍ଷତାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତା ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଆଦିବାସୀ ଉନ୍ନୟନ ବିଦ୍ୟାଳୟର ଛାତ୍ରଛାତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଭାଗ ନେଇଥିଲେ, ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପାଲକା ରବିନ୍ଧ୍ର,ପିଏ ଆଇଟିଡିଏ ,  ଶ୍ରୀ ରାଜୀବ ଲୋଚନ ସାହୁ, ଏଡିଡ଼ବ୍ଲ୍ୟୁଓ  ଶ୍ରୀ ସିଲୁ କୁମାର ଟୁଡୁ, ଏଡିଏମ , ଶ୍ରୀ ଭାସ୍କର ରଇତ, ଡିସିଓ  ଶ୍ରୀ ଘାଷି ହରିଜନ, ଡିଏସଓ  ଶ୍ରୀ ମହେନ୍ଦ୍ର ସାହୁ, ଡିଏସସି , ଶ୍ରୀ ଶିଶିର କୁମାର ପଣ୍ଡା,ଓ ପିଜେ ଶ୍ରୀ ବସନ୍ତ ବେନୀୟା, ମାଧବ ମଣ୍ଡଳ, ପ୍ରମୁଖ ଉପସ୍ଥିତ ରହି  ଏହି ଅବସରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଲୁକାୟିତ ଥିବା  ପ୍ରତିଭା ଚିତ୍ରାଙ୍କନ, କଳା, ସଂସ୍କୃତିକୁ ପୁର୍ନଜୀବିତ କରିବାର ଏହା ଏକ ପ୍ରୟାସ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ମତ ପ୍ରକାଶ କରିଥିଲେ |

Leave A Reply

Your email address will not be published.