ମେଲଛାମୁଣ୍ଡା,୩/୩(ମନୋଜ ଭୋଇ) – ବରଗଡ ଜିଲ୍ଳା ଝର ଗ୍ରାମର ସ୍ଥାନୀୟ ରାଜିବ ଭବନ ପରିସରରେ ଶୁକ୍ରବାର ଦିନ ନେହେରୁ ଯୁବ କେନ୍ଦ୍ର ବରଗଡ ଦ୍ୱାରା ଏକ କର୍ମ ନିଯୁକ୍ତି କର୍ମଶାଳା ମୁଖ୍ୟ ଅତିଥି ସ୍ଥାନୀୟ ସରପଂଚ ଅଶୋକ ବାରିକ ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି କର୍ମଶାଳାରେ ପାଂଚ ଖଣ୍ଡ ଗ୍ରାମର ୧୮ ରୁ ୩୫ ବର୍ଷର ଯୁବକ ଯୁବତୀ ଯୋଗ ଦେଇ ନିଜର ନାମ ପଂଜିକରଣ କରିଥିଲେ । ପ୍ରଶିକ୍ଷକ ଭାବେ ସୋହେଲା ବ୍ଳକ ସଂଯୋଜକ ସଂଜୀବ ପ୍ରଧାନ,ଗ୍ଧେଟ ବ୍ୟାଙ୍କ ନିର୍ଦେଶକ ଡି. ଭୋରାସାଗର, ଗୋପାଲ ଜେନା, ଝସକେତନ ମେହେର, ଲୋକେଶ ଖମାରି ପ୍ରମୁଖ ଯୋଗଦେଇଥିଲେ । ବର୍ତମାନ ଯୁଗର ଯୁବ ପିଢି ଚାକିରୀ ପଛରେ ନ ଗୋଡାଇ କିପି ଭାବରେ ଦକ୍ଷତା ବିକାଶ ଶିକ୍ଷ୍ୟା ଗ୍ରହଣ କରି ଆତ୍ମ ନିର୍ଭର ହୋଇ ପାରିବେ ତା ବିଷୟରେ ଅତିଥି ମାନେ ବିଶଦ ଭାବେ ବକ୍ତବ୍ୟ ରଖିଥିଲେ । ଏହି କର୍ମଶାଳାରେ ୪୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ପଂଜିକରଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଳା ଯୁବ ଅଧିକାରୀ ରୋସନ ଟଣ୍ଡନ ସଂଯୋଜନା କରିଥିବା ବେଳେ ଉପଦେଷ୍ଟା କମିଟି ସଭ୍ୟ ତ୍ରିଲୋଚନ ଶତପଥୀ ପରିଚାଳନା କରିଥିଲେ । କିଆଫୁଲ, ଅନିଲ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post