ଆଡିସନାଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍ ଜଜକୋଟ ଉଦଘାଟିତ, ଓଡ଼ଗାଁ ପରେ ସିଧା ହାଇକୋର୍ଟରେ ହୋଇପାରିବ ଆବେଦନ

0 2

ଓଡ଼ଗାଁ,୩।୩(ଶ୍ରୀକାନ୍ତ କୁମାର ମିଶ୍ର): ଜନସାଧାରଣଙ୍କୁ ଦ୍ବାର ଦେଶରେ ନ୍ୟାୟ ପ୍ରଦାନର ସୁଯୋଗ ସୃଷ୍ଟି କରିବା ପାଇଁ ଓଡ଼ିଶା ନ୍ୟାୟ ପାଳିକା ଭିତିଭୂମିର ଦୃତ ବିକାଶ ଘଟିଚାଲିଛି । ଓଡ଼ିଶାର ଓଡ଼ଗାଁ ଠାରେ ନିର୍ମିତ ମଡେଲ ସିଭିଲ ଜଜକୋର୍ଟ କମ୍ପ୍ଲେକ୍ସ ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିବା ବେଳେ ଶୁକ୍ରବାର ଅପରାହ୍ନରେ ଓଡଗାଁ ଠାରେ ଆଡିସନାଲ ଡିଷ୍ଟ୍ରିକ୍ଟ ଓ ସେସନ୍ ଜଜକୋଟ ଉଦଘାଟିତ ହୋଇଯାଇଛି । ଜଷ୍ଟିସ ଭି. ନରସିଂଘ ହାଇକୋର୍ଟ ଓଡ଼ିଶା (ପ୍ରଶାସନିକ ଜଜ, ନୟାଗଡ଼ ଜିଲ୍ଲା) ଏବଂ ଓଡିଶା ହାଇକୋଟର ବରିଷ୍ଟ ଡ଼ଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ (ଅଧ୍ୟକ୍ଷ ବିଲଡିଙ୍ଗ କମିଟି, ଓଡିଶା ହାଇକୋର୍ଟ)ଙ୍କ ଦ୍ଵାରା ସେସନ୍ କୋର୍ଟ ଉଦଘାଟିତ ହୋଇଥିଲା । ଏଥି ସହିତ ଅତିରିକ୍ତ ଜିଲ୍ଲା ସେସନ୍ ଜଜଙ୍କ ପାଇଁ ବି-୧ ଟାଇପ, ବରିଷ୍ଟ ସିଭିଲ ଜଜଙ୍କ ପାଇଁ ସି-ଟାଇପ ଏବଂ ଅନ୍ୟ କର୍ମଚାରୀ ମାନଙ୍କ ପାଇଁ ୮ ଏଫ ଟାଇପ ଷ୍ଟାପ କ୍ବାଟର ନିର୍ମାଣ ପାଇଁ ସିଭିଲ କୋର୍ଟ ଓଡ଼ଗାଁ ପରିସର ଭିତରେ ଭିତ୍ତିପ୍ରସ୍ତ ସ୍ଥାପନ କରିଥିଲେ ।

ପରେ ଓଡ଼ଗାଁ ବାର ଆସୋସିଏସନ୍ ସଭାପତି ଆଇନଜୀବୀ ଇନ୍ଦୁଭୁଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭାରେ ଯୋଗ ଦେଇ ନିମ୍ନସ୍ତରରୁ ଉଚ୍ଚସ୍ତର ପର୍ଯ୍ୟନ୍ତ ନ୍ୟାୟପାଳିକାର ସମସ୍ତ କର୍ମଚାରୀ ମାନେ ନିଜକୁ ସୁରକ୍ଷିତ ମଣିଲେ ସେମାନେ ସହଜରେ ନ୍ୟାୟିକ କାର୍ଯ୍ୟର ପରିଚାଳନା କରିବା ସହିତ ଆବଶ୍ୟକ ସ୍ଥଳେ ଅଧିକ ଶ୍ରମ ଦାନ କରିପାରିବେ । ପୂର୍ବତନ ଓଡିଶା ମୁଖ୍ୟ ବିଚାରପତି ବିନୀତ ଶରଣ ଜଷ୍ଟିସ ଷଡ଼ଙ୍ଗୀଙ୍କ ମଡେଲ କୋଟ କନସେପ୍ଟକୁ ସ୍ବୀକୃତି ପ୍ରଦାନ କରିଥିଲେ । ଏବଂ ବର୍ତ୍ତମାନର ମୁଖ୍ୟ ବିଚାରପତି ଏସ ମୁରଲିଧରନ ନିଷ୍ପତ୍ତିରେ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଦର୍ଶ କୋର୍ଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏହି ମଡେଲ କୋଟ ନିର୍ମାଣ ଆଉ ଓଡ଼ିଶାରେ ସିମିତ ନରହି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ବରିଷ୍ଟ ଆଇନଜୀବୀ ମାନେ ସର୍ବଦା କନିଷ୍ଠ ମାନଙ୍କୁ ଗାଇଡ କରିବା ସହିତ କୋଟ କାମରେ ସହଯୋଗ କରିବାର ଆବଶ୍ୟକତା ରହିଛି । ଏଥିସହିତ ଲୋକମାନଙ୍କୁ ଶୀଘ୍ର ନ୍ୟାୟ ଦେବା ପାଇଁ ନ୍ୟାୟ ପାଳିକାର ସମସ୍ତ ନ୍ୟାୟିକ ଅଧିକାରୀ ଓ କର୍ମଚାରୀ ମାନେ କଠିନ ପରିଶ୍ରମ କରିବା ଦର୍କାର ଯେପରି ସାଧାରଣ ଲୋକର ନ୍ୟାୟ ପାଳିକା ଉପରେ ବିଶ୍ବାସ ଓ ଭରସା ଅତୁଟ ରହିବ ବୋଲି ଡ଼ଃ ଜଷ୍ଟିସ ଷଡ଼ଙ୍ଗୀ କରିଥିଲେ ।

କାର୍ଯ୍ୟକ୍ରମରେ ହାଇକୋର୍ଟ ରେଜିଷ୍ଟ୍ରାର ଆଡମିନଷ୍ଟ୍ରେସନ ଭିଜିଲାନ୍ସ ଅନୀଲ ପଶ୍ଚିମ କବାଟ, ଜିଲ୍ଲା ଜଜ ରୁପଶ୍ରୀ ଚୌଧୁରୀ, ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଆରକ୍ଷୀ ଅଧିକ୍ଷକ ଅଲ୍ଲେଖ ଚନ୍ଦ୍ର ପହି ଙ୍କ ସହିତ ନୟାଗଡ଼ ଜିଲ୍ଲାର ବିଭିନ୍ନ ବାର ଆସୋସିଏସନ୍ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । ସେଠାରୁ ଆସି ଜଷ୍ଟିସ ଓ ଅନ୍ୟମାନେ ମିଳିତ ଭାବେ ଓଡ଼ଗାଁ ଶ୍ରୀ ରଘୁନାଥ ଓ ଶରଣକୁଳ ଲଡୁବାବାଙ୍କୁ ଦର୍ଶନ କରି ଫେରିଥିଲେ ।

Leave A Reply

Your email address will not be published.