ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସଭାଗୃହ ଠାରେ “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ଓ ମହିଳା ଶିଶୁ ବିକାଶ ଆନୁକୁଲ୍ୟରେ ଆନ୍ତର୍ଜାତୀକ ମହିଳା ଦିବସ ସପ୍ତାହ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରିବା ପରେ କାଉନସେଲର ଶ୍ରୀମତୀ ମିନା କୁମାରୀ ଟହଲ କାର୍ଯ୍ୟକ୍ରମଟିକୁ ଆଗକୁ ବଢେଇ ଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମାଝି ଯୋଗ ଦେଇ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ଉପସ୍ଥାପନା କରିଥିଲେ।
ଅନ୍ୟତମ ଅତିଥି ଜିଲ୍ଲା ସୁରକ୍ଷା ଅଧିକାରୀ କେ. ସୁନିତା ନିଜ ବକ୍ତବ୍ୟରେ ସମାଜରେ ମହିଳା ମାନଙ୍କ ପ୍ରତି ହେବା ନିର୍ଯାତନା ବନ୍ଦ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ରୀ ପ୍ରଦୀପ କୁମାର ପାତ୍ର ଶିଶୁ ଓ ମହିଳା ମାନେ ଶିକ୍ଷିତ ହେଲେ ସମାଜର ଉନ୍ନତି ହୋଇପାରିବ ବୋଲି ଦର୍ଶାଇଥିଲେ।
ମୁଖ୍ୟବକ୍ତା ରୂପେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ଯୋଗ ଦେଇ ମହିଳା ମାନଙ୍କ ପ୍ରତି ଥିବା ଆଭିମୁଖ୍ୟ ବଦଳି ଲେ ଯାଇ ସମାଜର ଉନ୍ନତି ହୋଇପାରିବ ବୋଲି ଜଣାଇଥିଲେ। ଚାଇଲଡ ଲାଇନ ର ଜିଲ୍ଲା ସଂଯୋଜକ ଶ୍ରୀ ନାଗେଶ୍ଵର ଚୌଧୁରୀ ମହିଳା ମାନେ କିପରି ଅଗ୍ରଗତି କରିବେ ତାହା ଆଲୋକପାତ କରିଥିଲେ। ସୁପରଭାଇଜର ଶ୍ରୀମତୀ ସାରଳା ପାତ୍ର ମହିଳା ମାନଙ୍କ ପାଇଁ କଣ ସରକାରୀ ଯୋଜନା ଗୁଡିକ ଅଛି ତାହା ଅବଗତି କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ସୁପେରଭାଇଜର , ଆଶା କର୍ମୀ , ଅଙ୍ଗନବାଡି କର୍ମୀ , ସଫେଇ କର୍ମଚାରୀ , ଏସ୍ ଏଚ୍ ଜି ମହିଳା , ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , ଏ ଏନ୍ ଏମ୍ , ଶିକ୍ଷୟିତ୍ରୀ , ଛାତ୍ରୀ ମାନେ ଯୋଗ ଦେଇଥିଲେ। ମହିଳା ମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ମଧ୍ୟରେ ଝୋଟି , ପିଠା , ହୁଳହୁଳି ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସେଥିରେ କୃତକାର୍ଯ୍ଯ ହୋଇଥିବା ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ନବଜୀବନ ଟ୍ରଷ୍ଟ ର ଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅନିତା ମିଶ୍ର , ମଞ୍ଜୁଳା ଚୌଧୁରୀ , ମଧୁସ୍ମିତା ପାଢୀ , ପ୍ରଣତି ଦାସ , ସୁନିତା ରଥ , ସୁନିତା ବେହେରା , ମୋନାଲିସା ବେହେରା , ପି . ପୁଷ୍ପଲତା , ନିରୂପମା ଜେନା , ପି . ଯୋଗେଶ୍ଵରୀ , ଦିବ୍ୟ କୁମାର ସୁଆର , ହରିକୃଷ୍ଣ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ମୋହିନୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.