ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ଠାରେ ଥିବା ନୃସିଂହନାଥ ମଠରେ ଗତ ୨୪ ତାରିଖ ତଥା ଫାଲଗୁନ ମାସ ଶୁକ୍ଲପକ୍ଷ ତୃତୀୟ ଠାରୁ ଶୁକ୍ଲପକ୍ଷ ଦଶମୀ ( ୭ ଦିନ ବ୍ୟାପୀ) ଶ୍ରୀମଦ ଭାଗବତ ସପ୍ତାହ ମହାଯଜ୍ଞ ପାରାୟଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସପ୍ତାହ ବ୍ୟାପୀ ସକାଳ ୭ଘଣ୍ଟା ଠାରୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ହେଉଥିଲା। ନୃସିଂହନାଥ ମଠର ମହନ୍ତ ଶ୍ରୀମଦନ ଗୋପାଳ ଦାସଜୀ ମହାରାଜଙ୍କ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୃନ୍ଦାବନଧାମରୁ ଆସିଥିବା ମହନ୍ତ ଶ୍ରୀ ସତାନତ ଦାସଜୀ ମହାରାଜ ପାରାୟଣ ପ୍ରବଚନ କାର୍ଯ୍ୟକ୍ରମ କରିଥିଲେ।
ଶ୍ରୀମଦ ଭାଗବତ ପାରାୟଣ କାର୍ଯ୍ୟକ୍ରମରେ ଶ୍ରୀକୃଷ୍ଣ ଭଗବାନଙ୍କର ଜନ୍ମୋତ୍ସବ , ବାଲ୍ୟଲୀଳା , ରୁକୁଣୀ ହରଣ ଲୀଳା ଆଦି ପ୍ରସଙ୍ଗ ପାରାୟଣ କରିବା ସହ ସମବେତ ଭକ୍ତ ବୃନ୍ଦଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମକୁ ମଠର ମଧୂସୁଦନ ଦାସ ବାବା ପରିଚାଳନା କରିଥିଲେ। କରଣ ସାହି ସ୍ଥିତ ଜୟ ମହାବୀର ଧ୍ୟାନପୀଠ ସଂକୀର୍ତ୍ତନ ଦଳର ସଭାପତି ବୀର କିଶୋର ପଟ୍ଟନାୟକଙ୍କ ଦ୍ୱାରା ମହାମନ୍ତ୍ର ନାମ ପରିବେଷଣ କରାଯାଇଥିଲା।
ଏହି ପାରାୟଣରେ ମିଷ୍ଟାନ୍ନ ବଣ୍ଟନ , ପ୍ରସାଦ ବଣ୍ଟନ ଆଦି କାର୍ଯ୍ୟକ୍ରମ ହେଉଥିବା ବେଳେ ସପ୍ତାହ ବ୍ୟାପୀ ଶ୍ରୀମଦ ଭାଗବତ ପାରାୟଣରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post