ଗୋଷ୍ଠୀ ସହଭାଗୀତାର ଉତ୍ସବ ପାଳନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନଗର ଭବନ ଠାରେ ଗୋଷ୍ଠୀ ସହଭାଗୀତାର ଉତ୍ସବ ପାଳନ ହୋଇଯାଇଛି।
ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ତତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ ଖମାରୀ , ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ , ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନଟବର ଗରଡ଼ଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ।
ସ୍ୱଚ୍ଛ ସାଥି ସୁପ୍ରଭାଇଜର , ସ୍ୱଚ୍ଛ କର୍ମୀ ଜଳ ସାଥି ଆହାର କେନ୍ଦ୍ର କର୍ମୀ ୫୯ ଜଣଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା।
ଏହି ବଣ୍ଟନ କାର୍ଯ୍ୟକ୍ରମ ପୌର ପରିଷଦର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।

Leave A Reply

Your email address will not be published.