କୃଷି ସମବାୟ ସମିତି ଆନୁକୁଲ୍ୟରେ ଓଡ଼ିଶା ମିଲେଟ୍ସ ମିଶନ ଅନ୍ତର୍ଗତ ଖୋଲିଲା ମାଣ୍ଡିଆ ମଣ୍ଡି

0 2

କାମାକ୍ଷାନଗର/ରିତେଶ ବ୍ରହ୍ମା – କାମାକ୍ଷାନଗର କୃଷି ସମବାୟ ସମିତି ଆନୁକୁଲ୍ୟରେ ରେ ଓଡ଼ିଶା ମିଲେଟ୍ସ ମିଶନ ସହଯୋଗରେ ରେ ମାଣ୍ଡିଆ ମଣ୍ଡି ଉଦଘାଟନ ହୋଇ ଯାଇଛି। ଏହି ଉଦଘାଟନୀ ସମାରୋହରେ ଓଡ଼ିଶା ସରକାର ଙ୍କ ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ଫିତା କାଟି ଉଦଘାଟନ କରିଥିବା ବେଳେ ସର୍ମାନିୟ ଅତିଥି ଭାବେ ଢ଼େଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଏବଂ ଅନ୍ୟତମ ଅତିଥି ଭାବେ ଏନ୍.ଏ.ସି ନଗରପାଳ ଧର୍ମାନନ୍ଦ ପରିଡା, ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ , ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିକାଶ ମହାନ୍ତି,ଢ଼େଙ୍କାନାଳ ଜିଲ୍ଲା DRCS ଶ୍ରୀମତୀ ସରୋଜିନୀ ଜେନା,କାମାକ୍ଷାନଗର କୃଷି ସମବାୟ ସମିତି ସଭାପତି ଶ୍ରୀଯୁକ୍ତ ବିଭୂତି ଭୂଷଣ ମହାନ୍ତି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ନିଜ ଅଭିଭାଷଣ ରେ ବୃକ୍ଷ ରେ ଜଳ ସିଞ୍ଚନ ଭଳି କାର୍ଯ୍ଯ ମଧ୍ୟମ ରେ ସମାଜ କୁ ବୃକ୍ଷ ହିଁ ଜୀବନ ଏହି ବାର୍ତ୍ତା ଦେଇଛନ୍ତି। ଓଡ଼ିଶା ସରକାର ମାଣ୍ଡିଆ ଭଳି ଖାଦ୍ୟଶସ୍ୟ କୁ ଏବଂ ମାଣ୍ଡିଆ ଚାଷ କରୁଥିବା କୃଷକ ମାନଙ୍କୁ ସବୁ ଫୋରମ୍ ମାଧ୍ୟମ ରେ ପ୍ରୋତ୍ସାହନ ଯୋଗାଇ ସମ୍ପୂର୍ଣ୍ଣ ଓଡ଼ିଶା ରେ ମାଣ୍ଡିଆ ହବ୍ ସ୍ବପ୍ନ ସାକାର ହେବାକୁ ଯାଉଥିବା ବେଳେ ଆଜି ର କାର୍ଯ୍ୟକ୍ରମ ରେ ମାଣ୍ଡିଆ ରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ତଥା ମାଣ୍ଡିଆ ଜୁସ, କାକରା, ପକୁଡି, ଇଟିଲି ଆଦି ପ୍ରଦର୍ଶନ କରଯାଇଥିଲା। ମଣ୍ଡି ରେ ୫୦୦ କୁଇଣ୍ଟଲ ମାଣ୍ଡିଆ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଚାଷୀ ମାନଙ୍କୁ ସାର, ବିହନ ଯୋଗାଇବା ସହ ଏବଂ କ୍ରୟ କରିବା ପାଇଁ ମଧ୍ୟ ରାଜ୍ଯ ସରକାର ସମସ୍ତ ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି। ରାଜ୍ୟ ସରକାର ଙ୍କ ମାଣ୍ଡିଆ ଚାଷ ଯୋଜନା ପଦକ୍ଷେପ କୁ ବିଭିନ୍ନ ମହଲ ରୁ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.