ଓଡ଼ଗାଁ,୨ା୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟରେ ଗୋଷ୍ଠୀ ସହଭାଗୀତାର ଉତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମାର୍ଚ୍ଚ ୨ ତାରିଖ ଠାରୁ ସାଇକେଲ ବିତରଣର ସୁଭାରମ୍ଭ କରାଯାଇଛି । ତଦନୁଯାଇ ଓଡ଼ଗାଁ ବ୍ଳକ ରୋଡ଼ ଇନଡୋରଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ରିବନକାଟି ସାଇକେଲ ବିତରଣ କରିଥିଲେ । ଓଡ଼ଗାଁ ବିଜ୍ଞାପିତ ଅଁଚଳ ପରିଷଦରେ ନିୟୋଜିତ ସ୍ୱଚ୍ଛ ସାଥି, ସୁପରଭାଇଜର, ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସବାରୀ, ଆହାରକେନ୍ଦ୍ର, ଏବଂ ଗୋଷ୍ଠୀ ଶୈାଚାଳୟରେ କାର୍ଯ୍ୟରତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୮ ଜଣ ମହିଳାଙ୍କୁ ସାଇକେଲ ବିତରଣ କରିଥିଲେ । ୧୧୫ଟି ମହିଳା ଗୋଷ୍ଠୀର ପ୍ରାୟ ୪ଶହରୁ ଉର୍ଦ୍ଧ୍ୱ ମହିଳା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟୀତ୍ୱରେ ଥିବା ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଇକେଲ ବିତରଣ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ତହସିଲଦାର ଅନିଲ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ଶ୍ରୀ ମୋହନ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post