ସୁବର୍ଣ୍ଣପୁର ଜିଲ୍ଲା ରୋଗୀ କଲ୍ୟାଣ ସମିତି ବୈଠକ

0 2

ସୁବର୍ଣ୍ଣପୁର,( ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରୋଗୀକଲ୍ୟାଣ ସମିତି ର କାର୍ଯ୍ୟନିର୍ବାହୀ କମିଟିର ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲି ସୁନୀଲ ନରୱଣେ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ରୋଗୀକଲ୍ୟାଣ ପୂର୍ବ ବୈଠକର ଅନୁପାଳନ ବିବରଣୀ, ରୋଗୀକଲ୍ୟାଣ ସମିତିର ଖର୍ଚ୍ଚ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଷଦ ଆଲୋଚନା କରାଯାଇଥିଲା l ବୈଠକରେ ଶବ ବ୍ୟବଚ୍ଛେଦ ଗୃହ ର ମରାମତି, ଚିକିତ୍ସାଳୟ ର ଆନୁସଙ୍ଗିକ ବ୍ୟବସ୍ଥା ର ଉନ୍ନତିକରଣ ଯଥା ପିଇବା ପାଣି ବ୍ୟବସ୍ଥା, ବିଦ୍ୟୁତ ବେକଅପ, ହୁଇଲ ଚେୟାର, ଷ୍ଟ୍ରେଚର ର ବ୍ୟବସ୍ଥା, ଏମ ସି ଏଚ ଶାଖା ରେ ଝରକା ଗୁଡିକରେ ମଶା ପ୍ରତିହତ ନିମନ୍ତେ ମଶା ଜାଲି ର ବ୍ୟବସ୍ଥା, ଇତ୍ୟାଦି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା l ହସ୍ପିଟାଲ 5T ଅଧୀନରେ ରୋଗୀ ଆଟେଣ୍ଡେଣ୍ଟରେଷ୍ଟ ଶେଡ଼, ସିସିଟିଭି ଇନ୍ଷ୍ଟଲେସନ ଇତ୍ୟାଦି ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ମେଡିକାଲ )ଡା ଦୁର୍ଗା ଦତ୍ତ ଦାଶ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା )ଡା ପଦ୍ମହଂସା ଦୋରା, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆର ଡବ୍ଲୁ ଏସ ଏସ ଇଂ ବିଭୂପ୍ରସାଦ ପଣ୍ଡା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ସଦସ୍ୟ -ସମାଜ ସେବୀ ଗୋବିନ୍ଦ ମହାରଣା, ସ୍ୱାଧୀନ ମେହେର, ଡିପିଏମ ବିଶ୍ୱମ୍ବର ବେହେରା,ହସ୍ପିଟାଲ ମେନେଜର ସୁଶ୍ରୀ ଦେବସ୍ମିତା,ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l

Leave A Reply

Your email address will not be published.