ମୁଣ୍ଡମାଳରେ ‘ଉଜ୍ଜ୍ୱଳା ଯୋଜନା’ରେ ଗ୍ୟାସ ବଣ୍ଟନ 

0

 

ବ୍ୟାସନଗର/district correspondent Jayasankar Dash : ଭାରତୀୟ ଜନତା ପାର୍ଟି ବ୍ୟାସଦେବ ମଣ୍ଡଳ ତରଫରୁ ବ୍ୟାସନଗର ମ୍ୟୁନିସପାଲିଟିର ୨୪ ନଂ. ୱାର୍ଡ ମୁଣ୍ଡମାଳର ହନୁମାନ ମନ୍ଦିରଠାରେ ପ୍ରଧାନମନ୍ତ୍ରୀଙ୍କ ‘ଉଜ୍ଜ୍ୱଳା ଯୋଜନା’ରେ ମାଗଣାରେ ଗୁରୁବାର ଗ୍ୟାସ ବଂଟନ କରାଯାଇଛି । ଭା.ଜ.ପା ବ୍ୟାସଦେବ ମଣ୍ଡଳ ଉପ-ସଭାପତି ବସନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଗ୍ୟାସ ବିତରଣ ଉତ୍ସବରେ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ, ଯାଜପୁର ଜିଲ୍ଲା ମିଡିଆ ସେଲ ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ମଣ୍ଡଳ ସାଧାରଣ ସଂପାଦକ ଅରୁଣ ଦାସ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଦ୍ୟୁତପ୍ରଭା ରାୟ, ସଂପାଦିକା ରୀନା ପାତ୍ର, ମଣ୍ଡଳ ଉପ-ସଭାନେତ୍ରୀ ବିନିଲତା ଶତପଥି, ଅସିତ୍ ଦାସ, ମନୋଜ ଦାସ ପ୍ରମୁଖ ଯୋଗ ଦେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାଗୁଡିକ ଉପରେ ଆଲୋକପାତ କରିବା ସହ ‘ଉଜ୍ଜ୍ୱଳା ଯୋଜନା’ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମଂଜୁଲତା ପାତ୍ର, ପ୍ରମିଳା ପାତ୍ର, ଟିକି ପାତ୍ର,  ଋକ୍ମଣୀ ପାତ୍ର, ବାସନ୍ତି ପାତ୍ର, ସାରଥି ପାତ୍ର, ଦୁଃଖି ପାତ୍ର, ନାଣ୍ଡି ପାତ୍ର, ସୁଶାନ୍ତି ପାତ୍ର, ଦେବକୀ ପାତ୍ରଙ୍କ ସମେତ ବହୁ ମହିଳା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଶେଷରେ ବ୍ରଜମୋହନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । 

 

Leave A Reply

Your email address will not be published.