ଶ୍ରମ ଆଇନକୁ ଫାଲକନର ଆଖିମିଟୀକା 

0

 

ଫାଲକନ ମେରାଇନରେ ପୁଣି ଶ୍ରମିକଶୋଷଣ:

 ଫାଲକନ୍ ମାନୁନାହିଁ ଶ୍ରମ ଆଇନ

ଶ୍ରମବିଭାଗ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବି 

ସରକାର ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ଓ ଶ୍ରମ ଆଇନର ସରଳୀକରଣ ପାଇଁ୪୦ରୁ ଉର୍ଦ୍ଧଶ୍ରମ ଆଇନ କୁ ୪ରେ ସୀମିତ କଲେଣି  ।ହେଲେ ବାଡ ଯଦି ଏଠି ଫସଲ ଖାଏ, ତାହେଲେ କହିବା କାହାକୁ ଶୁଣିବ କିଏ !  ଏସବୁର କାର୍ଯ୍ୟକାରିତା ପାଇଁ ମଧ୍ୟ ବିଭିନ୍ନ ସ୍ତରରେ କାର୍ଯ୍ୟରତ ବିଭାଗୀୟକର୍ମଚାରୀଙ୍କ ପିଛା ବହୁକୋଟିଟଙ୍କା ବ୍ୟୟ କରୁଛନ୍ତି । ହେଲେ ଏହି ବିଭାଗୀୟ କର୍ମଚାରୀ ରକ୍ଷକ ହେବା ପରିବର୍ତ୍ତେ ଅନେକ କ୍ଷେତ୍ରରେଭକ୍ଷକସାଜୁଛନ୍ତି ।ଏହିସୁଯୋଗରେ ଫାଲକନ ମେରାଇନ ଏକ୍ସପୋର୍ଟ ପରି ଅନେକ କମ୍ପାନୀ କାର୍ଯ୍ୟରତ ଶ୍ରମିକମାନଙ୍କୁ ଶୋଷଣ କରିଚାଲିଛି ।ଏହାର ଦ୍ୱିତୀୟନ ମୁନାହୋଇଛନ୍ତି ଏହି ସଂସ୍ଥାରେ ସିକୁରିଟିଇନଚାର୍ଜ ଭାବେ କାର୍ଯ୍ୟରତ ବଡଚଣାବ୍ଲକ ଅନ୍ତର୍ଗତ ଉପୁଳାଗାଁର ଅକ୍ଷୟକୁମାରମହାନ୍ତି ।

ଖବରରୁ ପ୍ରକାଶ, ଅକ୍ଷୟ ପାରାଦ୍ୱୀପ ଗଡରେ ଥିବାଏହି ସଂସ୍ଥାର କାର୍ଯ୍ୟାଳୟରେ ଦୀର୍ଘ ସାଡେ୬ ବର୍ଷହେବ କାର୍ଯ୍ୟକରୁଛନ୍ତି । ଅଦ୍ୟାବଧି ଅକ୍ଷୟଙ୍କୁଜଣେସିକ୍ୟୁରିଟିଇନଚାର୍ଜଭାବେକାର୍ଯ୍ୟକରିବାରକୌଣସି ପ୍ରମାଣପତ୍ର ଦେଇନାହାନ୍ତି ।ଏପରିକି ଅକ୍ଷୟଙ୍କ ପି.ଏଫ ଏବଂଇ.ଏସ.ଆଇ ମଧ୍ୟ କାଟି ନାହାନ୍ତି । କେବଳ ଅକ୍ଷୟ କାହିଁକି ଏହିଭଳି ବହୁ ଶ୍ରମିକ ବର୍ଷବର୍ଷ ଧରିକାର୍ଯ୍ୟକଲାପରେବିସେମାନଙ୍କୁସରକାରଙ୍କ ନିୟମ ଅନୁସାରେକୌଣସି ପ୍ରକାରସୁବିଧା ପାଉନାହାନ୍ତି ।କୈଳାସ ଦାସ, ପ୍ରମୋଦ କୁମାରସ୍ୱାଇଁ ଯଥାକ୍ରମେ ୫ ବର୍ଷଓ ୨୦ ବର୍ଷକାମକରିମୃତ୍ୟୁବରଣକରିଛନ୍ତି । ଅମନେଶ୍ୱରରାଉତ, ଚିତ୍ତରଞ୍ଜନ ପଣ୍ଡା, ଅଶୋକମହାନ୍ତି ପ୍ରମୁଖଟଙ୍କାଟିଏ ନପାଇବିଦାହୋଇ ଯାଇଛନ୍ତି ।ଏହାର ତଦାରଖକରିସଂପୃକ୍ତସଂସ୍ଥାବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ  ଗ୍ରହଣକରିବା ଦାୟୀତ୍ୱରେ ଥିବାବିଭାଗୀୟ ଅଧିକାରୀ ଓ ନିଯୁକ୍ତିଦାତାମାନଙ୍କ ମଧୁଚନ୍ଦ୍ରିକାରେଶ୍ରମିକଙ୍କସ୍ୱାର୍ଥ ନାଲିଫିତାତଳେଚାପିହୋଇରହିଯାଉଛି । ଏ ବାବଦରେ ମଧ୍ୟ ବିଭାଗୀୟକର୍ତ୍ତୁପକ୍ଷମାନେ ମୋଟା ଅଙ୍କର ଅର୍ଥ ନେଇଚୁପ ରହୁଛନ୍ତି ।ଏଣେ ଅନ୍ନ ଚିନ୍ତା ଚମକ୍ରାର ନୀତିରେଲୁହଲହୁ ଦେଇ ଖଟୁଥିବାଶ୍ରମିକ ମଧ୍ୟ ଚାକିରୀଲୋଭରେ ପ୍ରତିବାଦ କରିବା ସମ୍ଭବ ହେଉନାହିଁ ।ଏହା ନିଯୁକ୍ତିଦାତାଏବଂବିଭାଗୀୟସରକାରୀ କର୍ତ୍ତୁପକ୍ଷମାନେ ଭଲ ଭାବରେ ଅବଗତ ଥିବାରୁ ଶ୍ରମିକଙ୍କ ପ୍ରାପ୍ୟକୁ ହଡପ କରିବା ଅଧିକ ସହଜ ମନେକରୁଛନ୍ତି ।ଏସବୁରୁ ବଂଚିତ ହୋଇଥିବା ଅକ୍ଷୟଙ୍କୁ ଶେଷରେ କୌଣସି କାରଣ ନଥାଇ ବି ଚାକିରୀରୁ ବହିଷ୍କାର କରାଯାଇଛି । ଗତ ଜୁନ ମାସରେ ବହିଷ୍କାର ବେଳେ ମଧ୍ୟ ଚାକିରୀରୁ ବାହାର କରିଦେବାର କୌଣସି କାରଣକୁହାଗଲା ନାହିଁ ।ଏପରିକି ବରଖାସ୍ତ ନେଇ ସରକାରଙ୍କ ବିଧି ବ୍ୟବସ୍ଥା ଅନୁସାରେ କୌଣସି ପ୍ରକାର କାରଣ ଦର୍ଶାଅ ନୋଟିସ ବି କରାଗଲା ନାହିଁ । ଏ କ୍ଷେତ୍ରରେ ନିଯୁକ୍ତିଦାତା ମଧ୍ୟ ଭଲ ଭାବରେ ଜାଣିଛନ୍ତି ଯେ, ଗଣ୍ଡେଖାଇ ଦଣ୍ଡେ ବଞ୍ଚୁଥିବା ଶ୍ରମିକଟିଏ କୌଣସି କ୍ଷେତ୍ରରେ ପ୍ରତିବାଦ କରିବା ସମ୍ଭବ ନୁହେଁ । ଯଦି ବିକୌଣସି ପ୍ରକାର ପ୍ରତିବାଦ କରାଗଲା, ତେବେ ଶ୍ରମବିଭାଗକୁ ନିଜ ପକେଟରେ ରଖିଥିବା ନିଯୁକ୍ତିଦାତାମାନେ ପିଛିଲା ତାରିଖରେ ମନଗଢା କାରଣ ଦେଖାଇକାରଣ ଦର୍ଶାଅ ନୋଟିସ ଠାରୁ ବିଭିନ୍ନ ପ୍ରକାର କାଗଜପତ୍ର କାର୍ଯ୍ୟକୁ କରିବାରେ କୌଣସି ସମସ୍ୟା ନାହିଁ ।ଏନେଇ ସମାଜସେବୀ ତଥା ପ୍ରାକ୍ତନ ଜିଲ୍ଲାପରିଷଦ ପ୍ରାର୍ଥୀ ନିରୁପମା ବେହେରାଙ୍କ ଅଭିଯୋଗ ପ୍ରଧାନମନ୍ତୀ, ମୁଖ୍ୟସଚିବ ଓ ଜିଲ୍ଲାପାଳଙ୍କ କାଯ୍ୟାଳୟରେ ଯଥାକ୍ରମେ ୫୭୧୧୦୮,୮୯୪ ଓ ୮୯ ନମ୍ବରରେ ୨୮ ଅକ୍ଟୋବରରେ ପଞ୍ଜୀକୃତ ହୋଇଛିା ଶ୍ରମିକଙ୍କ ସ୍ୱାର୍ଥରକ୍ଷାଏବଂଶ୍ରମ ଆଇନରକାର୍ଯକାରିତାସହଉପଯୋଗୀତାକ୍ଷେତ୍ରରେ ଅକ୍ଷୟଙ୍କୁଭଳିଶ୍ରମିକମାନଙ୍କୁଗୋଟିଏଗୋଟିଏ ନମୁନାଭାବେଗ୍ରହଣକରିଶ୍ରମବିଭାଗ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣକଲେ ରାଜ୍ୟରେ ଶ୍ରମିକ ମଙ୍ଗଳ ସମ୍ଭବ ହୋଇପାରନ୍ତା । ବିଭିନ୍ନ ଶ୍ରମ ଆଇନ, ପରିବେଶ ଆଇନ ଓ ଅନ୍ୟାନ୍ୟ ଆଇନ ଉଲଙ୍ଘନ କରୁଥିବା ଫାଲକନ ବିରୁଦ୍ଧରେ ଆଗକୁ ତଥ୍ୟ ଭିତ୍ତିକ ସଙ୍ଗୀନ ଅଭିଯୋଗ କରିବା ସହିତ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଶ୍ରୀମତି ବେହେରା ପ୍ରକାଶ କରିଛନ୍ତି । ଏଥିନେଇ ପ୍ଲାଣ୍ଟ ମ୍ୟାନେଜର ଜଗବନ୍ଧୁ ସାମଲଙ୍କସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । 

 

Leave A Reply

Your email address will not be published.