ଦି ଆଇସିଏଆଇ ଭୁବନେଶ୍ୱର ଶାଖାର ନୂତନ କର୍ମକର୍ତ୍ତା ଚୟନ

0 2

ସିଏ ପ୍ରଦୀପ କୁମାର ସାହୁ ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର : ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଶାଖାରେ ଅନୁଷ୍ଠିତ ବୈଠକରେ 2023-24 ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି।
ନୂତନ ଅଧ୍ୟକ୍ଷ ଭାବେ ସିଏ ପ୍ରଦୀପ କୁମାର ସାହୁ ଚୟନ ହୋଇଥିବା ବେଳେ ଉପାଧ୍ୟକ୍ଷ ତଥା ଛାତ୍ର ସଂଗଠନର ଅଧ୍ୟକ୍ଷ ଭାବେ ସିଏ ଗଗନ ବିହାରୀ ଦାସ, ସଚିବ ଭାବେ ସିଏ ମହେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ସିଏ ଶାସ୍ୱତ ତ୍ରିପାଠୀ, ଏମସି ସଦସ୍ୟ ଭାବେ ସିଏ ଜାହ୍ନଵୀ ଦେଓ, ସିଏ ଗୌତମ ଲେଙ୍କା, ଏବଂ ପୂର୍ବତନ ଚେୟାରମ୍ୟାନ୍ ସିଏ ରଂଜନ କୁମାର ପୃଷ୍ଟି ଚୟନହୋଇଛନ୍ତି।
ନୂତନ ପରିଚାଳନା କମିଟି ସଦସ୍ୟମାନେ ଆଇସିଏଆଇର ସାମଗ୍ରିକ ଉନ୍ନତି ପାଇଁ ସେମାନଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ଵ ତୁଲାଇବା ତଥା ନେସନ ବିଲଡିଂ ଦିଗରେ ସହଯୋଗ କରିବାରେ ସେମାନଙ୍କର ସର୍ବୋତ୍ତମ ପ୍ରୟାସ ଜାରି ରଖିବେ ବୋଲି ସଂକଳ୍ପ ନେଇଛନ୍ତି । ଚାର୍ଟର୍ଡ଼ ଏକଉଣ୍ଟାଣ୍ଟ, CA ଛାତ୍ରଛାତ୍ରୀ ତଥା ଦେଶ ଗଠନ ପାଇଁ ଆଗାମୀ ଦିନରେ ନୂତନ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ସୂଚନା ଦେଇଛନ୍ତି |

Leave A Reply

Your email address will not be published.