ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଜାଜପୁର ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ , ଗଜପତି ପ୍ରୋଦୋଷ କୁମାର ନାଇକଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭ ଆରମ୍ଭ କରି ଜାତୀୟ ବିଜ୍ଞାନ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ଏହି ବର୍ଷର ମୁଖ୍ୟ ବିଷୟ “ଗ୍ଲୋବାଲ ସାଇନନ୍ସ ଫୋର ଗ୍ଲୋବାଲ ୟେଲବିଙ୍ଗ ” ରହିଛି ବୋଲି କହିଥିଲେ। ତତ୍ ସଙ୍ଗେ ସଙ୍ଗେ ନୋବେଲ ପୁରସ୍କାର ବିଜେତା ଓ ଭାରତ ରତ୍ନ ଉପାଧି ପାଇଥିବା ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଚନ୍ଦ୍ରଶେଖର ଭେନକେଟ ରମଣଙ୍କ ରମଣ ପ୍ରଭାବ ଉପରେ ଗୁରତ୍ୱ ଆରୋପ କରି ଛାତ୍ର /ଛାତ୍ରୀ ମାନଙ୍କ ମନରେ ଲୁକୟିତ ବିଜ୍ଞାନ ଚିନ୍ତା ଧାରାକୁ ଉଦ୍ରେକ କରିବା ପାଇଁ ଉତ୍ସାହିତ କରିଥିଲେ।
ବିଜ୍ଞାନ କୁଇଜ ପ୍ରତିଯୋଗିତା କରି କୃତି ଛାତ୍ର / ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ବରିଷ୍ଠ ଶିକ୍ଷୟତ୍ରୀ ଚପଳା ପାଣିଗ୍ରାହୀ ଆଧୁନିକ ଯୁଗରେ ବିଜ୍ଞାନର ଅବଦାନ ଅତୁଳନୀୟ ବୋଲି କହିଥିଲେ। ଶିକ୍ଷୟତ୍ରୀ ବବିତା ପୁରୋହିତ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.