ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ଆଜି ମାନ୍ୟବର ଜିଲ୍ଲା ଦୌରା ଜଜ ଶ୍ରୀ ଶୁଭଦର୍ଶୀ ପଟନାୟକ ସୁନ୍ଦରଗଡ଼ ST Case no. 94/ 2018, ଏକ ହତ୍ୟା ଘଟଣାରେ ଜଣେ ଅପରାଧୀ ଭ୍ରମର କୁଅଁର କୁ IPC ର ଦଫା 304(1) ରେ ଦଶ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ କୁଅଁର କେଲା ଗ୍ରାମରେ ଘଟଣାଟି ଘଟିଥିଲା , ଏହି ଘଟଣାରେ ଥିବା ଅଭିଯୁକ୍ତ ଅଭିଯୋଗକାରୀ ର ବଡ ଭାଇ ତେଜ କୁଁଅର ଏକ ଫାଉଡା ଦ୍ଵାରା ହତ୍ୟା କରିଥିଲା । ଘଟଣା ଦିନ ଅଭିଯୋଗ (କୁଚିଆ କୁଁଅର) କାରୀଙ୍କ ଘର ଆଗରେ ଅଭିଯୁକ୍ତ ଖରାପ ଭାଷା ରେ ଗାଳି କରୁଥିଲା ଏହି ସମୟରେ ଅଭିଯୋଗକାରୀ ତାକୁ କହିବାରୁ ସେ ରାଗିକି ଉକ୍ତ ଫାଉଡାରେ ତାକୁ ମାରିବାକୁ ଯିବାରୁ ସେ ଘରେ ଲୁଚି ଯାଇଥିଲା ଏହି ସମୟ ରେ ମୁତଫା ସେଇ ବାଟରେ ଯାଉଥିବା ଅଭିଯୁକ୍ତ ତାକୁ ଘରକୁ ଡାକି ତାର ମୁଣ୍ଡକୁ ଆକ୍ରମଣ କରିଥିଲା,ଯାହାର ଆଘାତ ରେ ମୁତାଫା ମୁଣ୍ଡରୁ ରକ୍ତ ବାହାରି ସେ ତଳେ ପଡିଯାଇଥିଲା। ପରେ ଅଭିଯୋଗକାରୀ ତାକୁ ଡାକ୍ତରଖାନା କୁ ନେବା ପରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଏହା ପରେ ଅଭିଯୋଗ କାରୀ ହେମଗିରି ଥାନା ରେ ଅଭିଯୋଗ କରିଥିଲେ. ସେ ସମୟ ରେ ଥିବା ଅତିରିକ୍ତ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି କେଶ ଟିକୁ ହେମଗିରି ଥାନା କେଶ ନଂ 76/ତାରିଖ ୦୯.୦୬.୨୦୧୮ ତଦନ୍ତ କରିଥିଲେ, ୨୧ ଜଣଙ୍କ ସାଖ୍ୟ ପ୍ରମାଣ, ସରକାରୀ ଓକିଲ ଙ୍କ ଦୃଢ ଯୁକ୍ତି ଏବଂ ପ୍ରତେକ୍ଷ୍ୟଦର୍ଶୀଙ୍କ ସାଖ୍ୟ ପ୍ରମାଣ ଭିତ୍ତିରେ ମାନ୍ୟବର ଜିଲ୍ଲା ଦୌରା ଜଜ ଶ୍ରୀ ପଟନାୟକ ସୁନ୍ଦରଗଡ଼ ଦଫା ୩୦୪(୧) ଅନୁଯାଇ ୧୦ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରିଥିବା ସରକାରି ଓକିଲ ସୂଚନା ଦେଇଛନ୍ତି . ଏହି କେଶଟିକୁ ସରକାରଙ୍କୁ ତରଫରୁ ସରକାରୀ ଓକିଲ ଅବଦୁଲ ସମିମ ଅଖତର ପରିଚାଳନା କରୁଥିଲେ।
Sign in
Sign in
Recover your password.
A password will be e-mailed to you.