ପାଇକମାଲ ବଣିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ  :   ଅନିଲ ଅଗ୍ରୱାଲ ସଭାପତି , ଯୁଗଳ ମେହେର ସମ୍ପାଦକ

0 1

ପାଇକମାଲ/ଗୌରାଙ୍ଗ ଦାଶ  :- ପାଇକମାଲ ବଣିଜ ସଂଘ ଦ୍ୱାରା ଆୟୋଜିତ ଏକ ବୈଠକରେ ନୂତନ କର୍ମକର୍ତ୍ତା ମନୋନୟନ ସାରିଯାଇଛି । ସମସ୍ତ କର୍ମକର୍ତ୍ତା ମାନଙ୍କର ଉପସ୍ଥିତ ରେ ସର୍ବସମ୍ମତି କ୍ରମେ ଶ୍ରୀ ଅନିଲ କୁମାର ଅଗ୍ରୱାଲ (ଲାଲା) ଙ୍କୁ ସଂଘ ର ସଭାପତି ,ଶ୍ରୀ ଯୁଗଳ କିଶୋର ମେହେର ଙ୍କୁ ସମ୍ପାଦକ ,ଶ୍ରୀ ମହେଶ କୁମାର ଅଗ୍ରୱାଲ ଓ ବଶିର ମହମ୍ମଦ ଙ୍କୁ ଉପସଭାପତି ,ଶ୍ରୀ ରମେଶ କୁମାର ଅଗ୍ରୱାଲ ଙ୍କୁ ସହ ସମ୍ପାଦକ , ଶ୍ରୀ ସୁରେଶ କୁମାର ଅଗ୍ରୱାଲ ଙ୍କୁକୋଷାଧ୍ୟକ୍ଷ ଓ ଶ୍ରୀ ଜଗ ମୋହନ ତ୍ରିବେଦୀ ,ପ୍ରଫୁଲ୍ଲ କୁମାର ସାହୁ, ରାଜେଶ କୁମାର ଅଗ୍ରୱାଲ, ଦୟାନିଧି ପ୍ରଧାନ ,ସୁରେଶ ଅଗ୍ରୱାଲ ,ଅଶୋକ ଜିନ୍ଦଲ ,ପ୍ରେମ ସାଗର ଫୌଜଦାରଙ୍କୁ ପରିଚାଳନା କମିଟି ର ସଭ୍ୟ ରୂପେ ମନୋନୀତ କରା ଯାଇଛି।    

           ଉକ୍ତ ବୈଠକରେ ବଣିକ ସଂଘର ବିଭିନ୍ନ ସମସ୍ୟା ସହିତ ଗୁଡ଼ାଏ ବିଷୟରେ ଆଲୋଚନା ହେବ ସହିତ ଆଗାମୀ ଦିନରେ ସଂଘର କାର୍ଯକ୍ରମ ବାବଦରେ ଆଲୋଚନା କରାଯାଇଥିଲା। ଉକ୍ତ ଅଲିଚନାରେ ନବୀନ କୁମାର ଅଗ୍ରୱାଲ ,ସୁବ୍ରତ କୁମାର ସାହୁ ,ଗୌତମ ସିଂ , ଆଶିଷ କୁମାର ଅଗ୍ରୱାଲ ,ସଞ୍ଜୟ କାରିଆ (ସଂଜୁ), କମଳ କୁମାର ପଟେଲ ,ପ୍ରଦୀପ କୁମାର ଅଗ୍ରୱାଲ ,କମଲେଶ ଅଗ୍ରୱାଲ ନିତେଶ ଗୁପ୍ତା, ପିଣ୍ଟୁ ଗୁପ୍ତା ପ୍ରମୂଖ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.