ବର୍ଷିଆନ  ସାମ୍ବାଦିକ ସାମ୍ବାଦିକ ଶାନ୍ତନୁ ବିଶ୍ୱାଳଙ୍କର ପରଲୋକ ।

0 1

 ବରଗଡ /ଗୌରାଙ୍ଗ ଚରଣ ଦାଶ :- ଅନେକ ସାମ୍ବାଦିକଙ୍କୁ ହାତଧରି ସାମ୍ବାଦିକତା ଶିଖାଇଥିବା. ସାମ୍ବାଦିକ ମାନଙ୍କ ପାଇଁ ନିରବଛିନ୍ନ ପ୍ରେରଣାର ଉତ୍ସ ତଥା ଜିଲା ସାମ୍ବାଦିକତା ଜଗତର ଭୀଷ୍ମ ପିତାମହ ବର୍ଷିଆନ ସାମ୍ବାଦିକ ଶ୍ରୀ ଶାନ୍ତନୁ ବିଶ୍ୱାଳ ଆଉ ନାହାନ୍ତି । ସେ ଥିଲେ ମିଷ୍ଟ ଭାଷୀ ,ପରୋପକାରୀ ,ଓ ଜଣେ ନିର୍ଭୀକ ସାମ୍ବାଦିକ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ବହୁତ ଯୋଗଦାନ ରହିଛି । ନିଜର କଲମ ଦ୍ୱାରା ନିରନ୍ତର ଭାବରେ ସେ କରିଚାଲିଥିଲେ ସାଧାରଣ ଲୋକଙ୍କ ସେବା । ବରିଷ୍ଠ  ସାମ୍ବାଦିକ ଶ୍ରୀ ବିଶ୍ୱାଳଙ୍କର ଆଜି ଭୋର ସକାଳେ ପରଲୋକ ହେଇଯାଇଥିବା ଘଟଣା ଜଣା ପଡିବା ପରେ ସ୍ତବ୍ଧ ହେଇଯାଇଥିଲେ ସମସ୍ତେ । ବରଗଡ ଜିଲ୍ଲାର ସବୁ ସାମ୍ବାଦିକ ମାନଙ୍କର ପାଇଁ ପ୍ରେରଣା ଓ ଆଦର୍ଶ ଶ୍ରୀ ବିଶ୍ୱାଳ ଙ୍କର ଦେହାନ୍ତ ଖବର କୁ ସତେ ଯେମିତି କେହିଭି ବିଶ୍ୱାସ କରି ପାରୁନାହାନ୍ତି । ସମସ୍ତେ ନିର୍ବାକ । 

         ଗତ ରାତିରେ ତାଙ୍କର ଦେହ ଅସୁସ୍ଥ ଥିବାରୁ ତାଙ୍କୁ ବରଗଡର ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସକାଳେ ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ଶାନ୍ତନୁ ବିଶ୍ୱାଳ ଙ୍କର ଦେହାନ୍ତ ହେଇଯାଇଥିବା ଖବର ପ୍ରଚାରିତ ହେବ ପରେ ସମସ୍ତଙ୍କୁ ଚକିତ କରିଦେଇଥିଲା। ବିଶ୍ୱାସ କରି ହେଉ ନାହିଁ । ଶାନ୍ତନୁ ଦାଦା ଙ୍କର ବିୟୋଗରେ ରେ ସୃଷ୍ଟି ହେଇଥିବା ଶୂନ୍ୟସ୍ଥାନ ଅପୁରାଣୀୟ । ଶାସକ ପ୍ରଶାସକ ପରିବାର ତରଫରୁ ମହାନ ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କର ନିକଟରେ ପ୍ରାର୍ଥନା ।

Leave A Reply

Your email address will not be published.