ପଦ୍ମପୁର ଓଏସଆରଟିସି କର୍ମଚାରୀ ସଂଘ ଆନ୍ଦୋଳନ ୧୧ ଦିନ ବିତିଲା

0 1

ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହେଲା ବରଗଡ  ଓଏସଆରଟିସି କର୍ମଚାରୀ ସଂଘ 

ପଦ୍ମପୁର/ନୀଳ ଦୀପ -ଓଡ଼ିଶା ରାଜ୍ୟ ପରିବହନ ନିଗମ କର୍ମଚାରୀ ସଙ୍ଘ ପଦ୍ମପୁରଙ୍କ ଆନ୍ଦୋଳନ ଏକାଦଶ ଦିବସରେ ପହଞ୍ଚି ଥିବା ବେଳେ ଆଜି ତାଙ୍କୁ ସମର୍ଥନ ଜଣାଇବାକୁ ନିଗମର ବରଗଡ଼ ଶାଖାର କର୍ମଚାରୀ ମାନେ ଶ୍ରୀ ଜଗନ୍ନାଥ ସାହୁ ଙ୍କ ନେତୄତ୍ବରେ ଏକ ନଅ ଜଣିଆ ଦଳ ପଦ୍ମପୁର ଆସିଥିଲେ । ପଦ୍ମପୁର ସଙ୍ଘର କର୍ମଚାରୀ ମାନଙ୍କ ଦାବୀ ଗୁଡିକ ଯଥାର୍ଥ ତଥା ଓଡ଼ିଶା ରାଜ୍ୟ ପରିବହନ ନିଗମର ଉଚ୍ଚ କତ୍ତୄପକ୍ଷ ଏହି ଦାବୀ ଗୁଡିକୁ ମାନିନେବା ଉଚିତ ବୋଲି ବରଗଡ଼ ସଙ୍ଘ ପ୍ରକାଶ କରିଥିଲେ । ପଦ୍ମପୁର ସଙ୍ଘର ଦାବୀ ଯଦି ପୁରଣ ନ ହୁଏ ତେବେ ଆଗାମୀ ଦିନରେ ବରଗଡ଼ ସଙ୍ଘ ମଧ୍ୟ ଆନ୍ଦୋଳନ କରିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ । ଏହି ଆଲୋଚନା ସଭାରେ ପଦ୍ମପୁର କର୍ମଚାରୀ ସଙ୍ଘର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମାଝୀ ତଥା ବରଗଡ଼ ସଙ୍ଘର ଡିଙ୍ଗର ବୁଡେକ,ଦିନବନ୍ଧୁ ଦେବ,ନାଗେଶ୍ବର ପଣ୍ଡା, ସନ୍ତୋଷ କୁମାର ବେହେରା,କିଶୋର ଚନ୍ଦ୍ର ରାଉତ,ରମେଶ ଚନ୍ଦ୍ର ବାରିକ,ସନ୍ତୋଷ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.