ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଓଡିଶା , ଭୁବନେଶ୍ୱର ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ , ଗଜପତି ପ୍ରୋଦୋଷ କୁମାର ନାଇକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ. ରବି କୁମାର ଜାତୀୟ ବିଜ୍ଞାନ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରି ଏହି ବର୍ଷର ମୁଖ୍ୟ ବିଷୟ “ଗ୍ଲୋବାଲ ସାଇନନ୍ସ ଫୋର ଗ୍ଲୋବାଲ ୟେଲବିଙ୍ଗ ” ରହିଛି ବୋଲି କହିଥିବା ବେଳେ ପୂର୍ବତନ ବିଜ୍ଞାନ ନିରୀକ୍ଷକ ତଥା ଜାଜପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ନୋବେଲ ପୁରସ୍କାର ବିଜେତା ଓ ଭାରତ ରତ୍ନ ଉପାଧି ପାଇଥିବା ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଚନ୍ଦ୍ରଶେଖର ଭେନକେଟ ରମଣଙ୍କ ରମଣ ପ୍ରଭାବ ଉପରେ ଗୁରତ୍ୱ ଆରୋପ କରି ବିଜ୍ଞାନର ମହତ୍ୱର ପ୍ରସାରର ଆବଶ୍ୟକ ରହିଛି ବୋଲି କହିଥିଲେ।
ପୂର୍ବତନ ତଥା ଅବସର ପ୍ରାପ୍ତ ଗୋଷାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳକୃଷ୍ଣ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୈଜ୍ଞାନିକ କୌଶଳ ଗୁଡିକୁ ମେଜିକ ମାଧ୍ୟମରେ ପ୍ରଦର୍ଶନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ଼ି. ଏସ୍. ମୂର୍ତ୍ତି , ୱାଇ. ଧର୍ମରାଓ ଏବଂ ବରିଷ୍ଠ ଶିକ୍ଷକ ସି. ଏଚ୍. ଭେଣକେତେସୁଲୁ ମଞ୍ଚାସିନ ଥିଲେ। ବରିଷ୍ଠ ବିଜ୍ଞାନ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ଦିବସ ରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ବିଜ୍ଞାନ ପ୍ରେମୀ ଶିକ୍ଷକ /ଶିକ୍ଷୟତ୍ରୀ ଓ ଛାତ୍ର /ଛାତ୍ରୀ ଯୋଗ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ମହେନ୍ଦ୍ରଗିରି ସରକାରୀ (ପୌର) ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ କବିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.