ଭୁବନେଶ୍ୱର: ଭିନ୍ନକ୍ଷମଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ‘ତୃତୀୟ ବିଆର୍ଏମ୍ ଆଶା’ ସମ୍ମାନ ପ୍ରଦାନ କରାଯାଇଛି । ସୋଆ ଏବଂ ଏହା ଦ୍ୱାରା ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି । ସୋଆ ପକ୍ଷରୁ ଲୋକ ସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ ।
ଗତ ବର୍ଷ ଏପ୍ରିଲ୍ ମାସରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କ୍ୟାମ୍ପସ୍ ୪ରେ ସ୍ପେଶାଲ ଅଲିମ୍ପିକ୍ସ ଭାରତ ପକ୍ଷରୁ ଦେଶର ୧୨୬ଟି ଭିନ୍ନ ଭିନ୍ନ ସ୍ଥାନରେ ଏକସଙ୍ଗେ ଏକ ମିନିଟ ପାଇଁ ପ୍ରାୟ ୭୫୦୦ ଭିନ୍ନକ୍ଷମ ଶିଶୁ ଜଗିଙ୍ଗ୍ କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଥିଲେ । ସୋଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଶିଶୁ ଯୋଗ ଦେଇଥିଲେ । ସୋଆର ଏହି ସହଯୋଗ ନିମନ୍ତେ ସମ୍ମାନିତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ଆୟୋଜକ କର୍ତୃପକ୍ଷ ।
ସେହିପରି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରାଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅବଦାନ ନିମନ୍ତେ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି ।
ଏହି ଅବସରରେ ଭୁବନେଶ୍ୱର ଉତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଏବଂ ବିଏମ୍ସି ମେୟର ଶ୍ରୀମତି ସୁଲୋଚନା ଦାସ ଉପସ୍ଥିତ ରହି ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଏଲ୍ଏସ୍ର ସିଇଓ ତଥା ବିଆରଏମ୍ ଆଶାର ସମ୍ପାଦକ ଶ୍ରୀ ପ୍ରକାଶ ରଥ, ପ୍ରତିଷ୍ଠାତା ଡକ୍ଟର କସ୍ତୁରୀ ମହାପାତ୍ର, ସଭାପତି ଡକ୍ଟର ଅଜିତ ମହାନ୍ତି, ସମ୍ପାଦକ ଡକ୍ଟର ପ୍ରତାପ ରଥ ଏବଂ ଉପସଭାପତି ଶ୍ରୀ ପ୍ରଦୀପ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ ।
ବିଆରଏମ୍ ଆଶା ସମ୍ମାନର ସହିତ ଓପନ୍ ଲର୍ଣ୍ଣିଂ ସିଷ୍ଟମ୍ସର ବାର୍ଷିକ ଉତ୍ସବ ଅବସରରେ ଭିନ୍ନକ୍ଷମ ଶିଶୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post