ବରଗଡ :- ସ୍ୱାଧୀନତା ସଂଗ୍ରାମ ର ଅନନ୍ୟ ମୁକ୍ତିକାମି ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଙ୍କ ଆଜି 139ତମ ପୂଣ୍ୟ ତିଥି । ଏଠାରେ ସୂଚନାଯୋଗ୍ୟ ଯେ ଭାରତବର୍ଷ ର ସ୍ବାଧୀନତା ସଂଗ୍ରାମ ର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ନିଜର ଜୀବନକାଳରେ 37 ବର୍ଷ ଜେଲରେ ରହିଥିଲେ । ଯାହାକି ଏକ ବିଶ୍ୱ ରେକର୍ଡ । ବର୍ତ୍ତମାନ ସୁଦ୍ଧା କୋଣସି ସ୍ୱାଧୀନତା ସଂଗ୍ରାମୀ ଏତେ ବର୍ଷ କାରାବରଣ କରିଥିବା ଇତିହାସ ରେ ନଜିର ନାହିଁ । ସମ୍ବଲପୁର ମଟି ର ଏହି ବୀର ସନ୍ତାନ କେବେ ବି ଇଂରେଜ ମାନଙ୍କ ଆଗରେ ମୁଣ୍ଡ ନୁଆଇଁ ନଥିଲେ । ଲୁଚିଛପି ଅଞ୍ଚଳର ଜମିଦାର ଓ ସଂଗ୍ରାମୀ ମାନଙ୍କୁ ଏକତ୍ରିତ କରି ସେ ଇଂରେଜ ମାନଙ୍କ ଉପରେ କଠୋର ପ୍ରହାର କରୁଥିଲେ । ଆଜି ତାଙ୍କର ପୁଣ୍ୟତିଥୀ ଅବସରରେ ବରଗଡ଼ ଜିଲ୍ଲା ଦଶମାଇଲ ଛକ ରେ ଥିବା ବୀର ସୁରେନ୍ଦ୍ର ସାଏ ଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ରେ ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ରୂପେ ଏବଂ ବିଶିଷ୍ଟ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ll ଏହି ଅବସରରେ ଆୟୋଜିତ ସଭା ରେ ଅତିଥି ଗଣ ବୀର ପୁରୁଷ ଙ୍କ ସ୍ମୃତି ଚାରଣ କରି ଥିଲେ , ଅୟୋଜିତ ସଭାରେ ଶିକ୍ଷାବିତ ନେପାଳ ଭୋଇ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଥିଲେ ll ଏହି ସଭାକୁ ସଂଚାଳନ କରିଥିଲେ ପଶ୍ଚିମ ଓଡିଶାର ସୁପରିଚିତ ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ , ଧନ୍ୟବାଦ ଜ୍ଞାପନ କରିଥିଲେ ରବି ଶଙ୍କର ପଧାନ ll ଅନ୍ୟ ମାନଙ୍କ ମଧ୍ୟରେ ସଭା ରେ ରଞ୍ଜନ ପଣ୍ଡା , ଗୋବିନ୍ଦ ସାହୁ , ଗୌର ଚରଣ ପଧାନ , ଅବନୀ ପଧାନ , ଭଗବାନ ପଧାନ , ଦିବାକର ମାଝୀ , ପଣ୍ଡିତ ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ ll ଏହି ଅବସରରେ ମୁଖ୍ୟ ଅତିଥି ଭଟଲି ବିଧାୟକ ସୁଶାନ୍ତ ସିଂହ ବିଶିଷ୍ଟ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କୁ ସମାଜସେବା ପାଇଁ ସ୍ମୃତି ଫଳକ , ଅଙ୍ଗ ବସ୍ତ୍ର ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ll ସମସ୍ତ କାର୍ଯ୍ୟକ୍ରମ ଦଶମାଇଲ ବିକାଶ ପରିଷଦ ର କାର୍ଯ୍ୟକର୍ତ୍ତା ମାନଙ୍କ ତତ୍ଵାଵଧାନ ରେ ପରିଚାଳିତ ହେଇଥିଲା ll
Sign in
Sign in
Recover your password.
A password will be e-mailed to you.
Prev Post