ବାଣିପୀଠ ମଧୁବୈଶ ସମାଜ (ସ୍ୱଜାତି) ଜ଼ିଲ୍ଲାସ୍ତରୀୟ ବନ୍ଧୁମିଳନ

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଂଚାୟତ ଅଧୀନ ବସନ୍ତ ବଗିଚା ଠାରେ ବାଣିପୀଠ ମଧୁବୈଶ୍ୟ ସମାଜ (ସ୍ୱଜାତି ବନ୍ଧୁ ମିଳନ ) ଜ଼ିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମସ୍ତ କର୍ମକର୍ତ୍ତା ମାନେ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା ଶାରଳାଙ୍କ ନିକଟରେ ପୂଜାର୍ଚନା କରି ଆଜ୍ଞମାଳ ଆଣି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଷ ଙ୍କ ବିଗ୍ରହ ରେ ପୁଷ୍ପ ମାଲ୍ୟ ଅର୍ପଣ ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l ଏଥିରେ ସରଳମଣ୍ଡଳ ମଧୁବୈଶ୍ୟ ସମାଜ ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ନିଖିଳଉତ୍କଳ ମଧୁବୈଶ୍ୟ ସମାଜ ସଭାପତି ଦେବେନ୍ଦ୍ର ନାଥ ସାହୁ, ବିନୋଦ ଚନ୍ଦ୍ର ସାହୁ, ଭୀମସେନ ସାହୁ, ପ୍ରଶାନ୍ତ କୁମାର ସାହୁ କଟକ ପଞ୍ଚସାହି ସଭାପତି ଦେବେନ୍ଦ୍ର ସାହୁ, କଟକର ରବୀନ୍ଦ୍ର ସାହୁ, ରାମଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ l ପରେ ଗଣେଷ ବନ୍ଦନା ଗାନ କରାଯାଇଥିଲା l ଗୁଣ୍ଠିଲ ଗ୍ରାମର ନବଘନ ସାହୁଙ୍କ ଦ୍ୱାରା ଭାଗବତ ସେବା ପ୍ରଦାନ କରାଯାଇଥିଲା l କୃଷ୍ଣଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ. ମଞ୍ଚାସିନ ଅତିଥିମାନେ ପ୍ରଭୁ ଗଣେଷ ଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା l ଅତିଥିମାନଙ୍କ ଦ୍ୱାରା “ଗଣେଷ ଟୀକା” ପୁସ୍ତିକା ଟି ଉନ୍ମୋଚନ କରାଯାଇଥିଲା l ବାଣିପୀଠ ମଧୁବୈଶ୍ୟ ସମାଜ ଜ଼ିଲ୍ଲା ସ୍ତରୀୟ ବୈଠକ ର ଆଭିମୁଖ୍ୟ ମଧୁବୈଶ୍ୟ ସମାଜର ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ା ପାଇଁ ସରକାରୀ ସୁବିଧା ସୁଯୋଗ, ପଛୁଆବର୍ଗ ର ବିଭିନ୍ନ ଉନ୍ନତି ନିମନ୍ତେ ସରକାରଙ୍କ ନିକଟରେ ଦାବୀ ଉପରେ ଏହି ସଙ୍ଘ ବା ସମାଜ ମିଳିତଭାବେ କାର୍ଯ୍ୟ କରୁଛି ବୋଲି ମତପ୍ରକାଶ ପାଇଥିଲା. ଉଦୀୟମାନ ଯୁବକ ଜୟନ୍ତ କୁମାର ସାହୁଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ରେ ହରିପୁର ପ୍ରାଙ୍ଗଣ ବେହେରା ରବି ପ୍ରସନ ସାହୁ, ପାଞ୍ଚଦା ପ୍ରାଙ୍ଗଣ ବେହେରା ବାବାଜୀ ଚରଣ ସାହୁ, ବାଲୁବିଶି ପ୍ରାଙ୍ଗଣ ବେହେରା ରମେଶ ଚନ୍ଦ୍ର ସାହୁ, ଶାରଳା ମଣ୍ଡଳ ବେହେରା ବସନ୍ତ କୁମାର ସାହୁ, ବାଲିକୁଦା ର ରାମଚନ୍ଦ୍ର ସାହୁ, ବୋରିକିନା ର କୈଳାସ ଚନ୍ଦ୍ର ସାହୁ, ରଞ୍ଜନ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ, ସମୀର କୁମାର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ତିର୍ତ୍ତୋଲ ର ଅକ୍ଷୟ କୁମାର ସାହୁଙ୍କ ସମେତ ଶତାଧିକ ସପରିବାରେ କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦେଇଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ଜୟନ୍ତ କୁମାର ସାହୁ ପରିଚାଳନା କରିଥିଲେ l

Leave A Reply

Your email address will not be published.