ଭଞ୍ଜନଗର,୨୬/୦୨ : ଦୀର୍ଘ ୬ବର୍ଷ ପରେ ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ମଇ ୩ ତାରିଖରୁ ଆରମ୍ଭ ହେବ। ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବା ସହ ଏ ନେଇ ଯାତ୍ରା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ରବିବାର କମିଟି ଉପଦେଷ୍ଟା ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂମ୍ମାନୀତ ଅତିଥି ଭାବେ ଉପଦେଷ୍ଟା ତଥା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, କାଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ଥାନାଧିକାରୀ ଧୀରେଶ ଦାସ, ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀ ନୃସିଂହ ନାଥ ପଣ୍ଡା,ସାଂସଦ ପ୍ରତିନିଧି ପଞ୍ଚାନନ ପାଳ ଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ବୈଠକରେ ଯାତ୍ରାର ସମ୍ପୁର୍ଣ୍ଣ ରୂପରେଖ ପ୍ରସ୍ତୁତ କରାଯାଇଥିବା ବେଳେ ନୂତନ କର୍ମକର୍ତ୍ତା ଚୟନ ହୋଇଛନ୍ତି। ବୈଠକରେ ସର୍ବ ସମ୍ମତି କମିଟି ସଭାପତି ଭାବେ ରାଜେନ୍ଦ୍ର ବିଷୋୟୀ,ଉପସଭାପତି ଭାବେ ଶାନ୍ତନୁ କୁମାର ଦାସ, ବିନୟ କୁମାର ରଥ,ମୁରଲୀଧର ପଣ୍ଡା ମନୋନୀତ ହୋଇଛନ୍ତି। ସେହିପରି ସାଂଗଠନିକ ସମ୍ପାଦକ ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର, ସୁଶାନ୍ତ କୁମାର ମହାପାତ୍ର ,ସାଧାରଣ ସମ୍ପାଦକ ଭାବେ ସୁଧୀର ରଞ୍ଜନ ବେହେରା,ସହ ସମ୍ପାଦକ ଭାବେ ଲୋକନାଥ କର,ଡି.ଚେଲପତି ରାଓ,ସୁନୀଲ ପଟ୍ଟନାୟକ,କୋଷାଧ୍ୟକ୍ଷ ଭାବେ ବି.ନାଗେଶ୍ୱର ପାତ୍ର ଓ ସାଂସ୍କୃତିକ ସମ୍ପାଦକ ଭାବେ ଜଗଦୀଶ ପାଣିଗ୍ରାହୀ ମନୋନୀତ ହୋଇଛନ୍ତି। ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଉତ୍ତମ ଦିନ ରହିଥିବା ରୁ ଶୁଭଖୁଣ୍ଟି ସ୍ଥାପନ ଏବଂ ମଇ ୩ ତାରିଖ ରୁ ଯାତ୍ରା ଶୁଭାରମ୍ଭ ହେବା ସହ ୨୧ ଦିନ ଧରି ଅନୁଷ୍ଠିତ ହେବ। ଚଳିତ ବର୍ଷ ଐତିହାସିକ ଠାକୁରାଣୀ ଯାତ୍ରା ଯେଭଳି ଶାନ୍ତି ଶୃଙ୍ଖଳା ଓ ଆଡ଼ମ୍ବର ସହକାରେ ପାଳନ ହେବ ସେ ନେଇ କମିଟି ଉପଦେଷ୍ଟା ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ପ୍ରକାଶ ଥାଉକି,ଏହି ଯାତ୍ରା କେଉଁ ଆବାହନ କାଳରୁ ହୋଇ ଆସୁଛି। ଘୁମୁସରର ଅଧିଷ୍ଠାତ୍ରୀ ଦେବୀ ମା’ବ୍ୟାଘ୍ର ଦେବୀ ଏବଂ ଗ୍ରାମ ଦେବତୀ ଠାକୁରାଣୀ ଙ୍କୁ ମୁଖ୍ୟ ସଡକ ରେ ଏକ ଅସ୍ଥାୟୀ ମଣ୍ଡପକୁ ବିରାଟ ପଟୁଆରରେ ଅଣାଯାଇଥାଏ। ଉଭୟ ଦେବୀଙ୍କ ପ୍ରତିଦିନ ନଗର ପରିଭ୍ରମଣ ହୋଇଥାଏ। ଶେଷ ଦିନ ଦୁଇ ଦେବୀଙ୍କ ଭେଟ ଯାତ୍ରା ଅନୁଷ୍ଠିତ ହେବା ପରେ ଯାତ୍ରା ସମାପ୍ତ ହୋଇଥାଏ।
Sign in
Sign in
Recover your password.
A password will be e-mailed to you.