ଓଡ଼ଗାଁ, ୨୪।୨(ଶ୍ରୀକାନ୍ତ କୁମାର ମିଶ୍ର): ସରକାରଙ୍କ ଦ୍ବାରା ଗର୍ଭବତି ମା’ ଠାରୁ ଆରମ୍ଭ କରି ଛୁଆ ଜନ୍ମ ହୋଇ ୫ବର୍ଷ ହେବା ପର୍ଯ୍ୟନ୍ତ ଅନେକ ହିତକର ଯୋଜନା ଲାଗୁ କରାଯାଇଥିବା ବେଳେ ଆମ୍ବଲାନ୍ସ ମଧ୍ୟରେ ଛୁଆକୁ ଜନ୍ମ ଦେଇ ମା’ର ମୃତ୍ୟୁ ଘଟିବା ପରି ଏକ ଅଭାବନୀୟ ଘଟଣା ଏନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମସ୍ତ ଯୋଜନା ଯେମିତି ଏଠାରେ ଫସର ଫାଟିଛି । ଓଡ଼ଗାଁ ଥାନା ଆରଡା ପଞ୍ଚାୟତ ଆରଡା ଗ୍ରାମ ନୂଆ ସାହିର ବାବୁଲା ନାଏକଙ୍କ ସ୍ତ୍ରୀ ସୁନେଲି ନାଏକ(୨୫)ଙ୍କ କ୍ଷେତ୍ରରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଗୁରୁବାର ମଧ୍ୟରାତି ସମୟରେ ବାବୁଲା ନାଏକଙ୍କ ସ୍ତ୍ରୀ ସୁନେଲି ନାଏକଙ୍କ ପେଟରେ ଗର୍ଭ ଜନ୍ତ୍ରଣା ଅନୁଭବ କରିବାରୁ ଘରଲୋକେ ଆମ୍ବଲଆନ୍ସ ଡକାଇ ସୁନେଲିଙ୍କୁ ୫ କିଲୋମିଟର ଦୂର ଶରଣକୁଳ ଡ଼ାକ୍ତରଖାନାକୁ ନେବାବେଳେ ଆମ୍ବଲଆନ୍ସ ମଧ୍ୟରେ ତାଙ୍କର ଏକ ପୁତ୍ର ସନ୍ତାନ ପ୍ରସବ ହୋଇଥିଲା । ଜନ୍ମ ଦେବା ପରେ ମା’ ସୁନେଲି ଗୁରୁତର ହୋଇପଡ଼ିବାରୁ ପ୍ରଥମେ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରି ଡାକ୍ତରଙ୍କ ପରାମର୍ଶ କ୍ରମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତର ପ୍ରସ୍ତୁତିକୁ ସେଠାରେ ମୃତ ଘୋଷଣା କରିଥିଲେ । ଏବଂ ନବଜାତ ଶିଶୁକୁ ନେଇ ଆସିୟୁରେ ରଖିଲେ । ସେତେବେଳକୁ ରାତି ପ୍ରାୟ ୨ ହେବ । ଯନ୍ତ୍ରଣା ଆରମ୍ଭ ହେବାର ୨ ଘଣ୍ଟା ମଧ୍ୟରେ ନବଜାତ ଶିଶୁକୁ ଜନ୍ମ ଦେଇ ମା’ ସୁନେଲି ଆରପାରିକୁ ଚାଲିଯାଇଥିଲା । ଏନେଇ ସୁନେଲିର ସ୍ବାମୀ ବାବୁଲା ନାଏକ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୧/୨୩ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଥିଲେ । ଏକାଧିକ ଡାକ୍ତରଙ୍କ ଦ୍ଵାରା ବ୍ୟବଛେଦ କରାଯାଇଥିଲା । ସାହାରା ପିଜର୍ଭ କରିବା ପରେ ପୋଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ । ତେବେ ଖବର ଲେଖାଯିବା ବେଳକୁ ନବଯାତ ଶିଶୁଟି ଆସିୟୁ ଭିତରେ ସୁସ୍ଥ ରହିଥିବା ନେଇ ସୂଚନା ମିଳିଥିଲା। ଏଠାରେ ପ୍ରଶ୍ନଉଠେ ୧୦ ମାସଧରି ଉକ୍ତ ଯୋଜନା ଗୁଡ଼ିକର ପ୍ରୟୋଗ ନିମନ୍ତେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାର୍ଯ୍ୟରତ କର୍ମଚାରୀଙ୍କ ପରିଶ୍ରମ ଯେପରି ବୃଥା ହୋଇଗଲା । ଆଶାକର୍ମି ଠାରୁ ଡାକ୍ତର ପର୍ଯ୍ୟନ୍ତ ସମସ୍ତେ ଯେପରି ସୁନେଲିର ପରିବାରକୁ ନିରାଶ କରିଛନ୍ତି !
Sign in
Sign in
Recover your password.
A password will be e-mailed to you.