ମେଲଛାମୁଣ୍ଡା,୨୨/୨(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ କନିଷ୍ଠ ମହାବିଦ୍ୟାଳୟ ପରିସରରେ ବୁଧବାର ଦିନ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ନେହେରୁ ପଣ୍ଡାଙ୍କ ପ୍ରତିମୃତି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପଣ୍ଡାଙ୍କ ଧର୍ମପତ୍ନୀ ସବିତା ପଣ୍ଡା ପ୍ରତିମୃତି ଉନ୍ମୋଚନ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ବିନୋଦ ମିଶ୍ରଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀମତୀ ସବିତା ପଣ୍ଡା ମୁଖ୍ୟ ଅତିଥି, ଗୌନ୍ତିଆ ଦିପକ କୁମାର ଭୋଇ ସମ୍ମନୀତ ଅତିଥି ଭାବେ ଯୋଗ ଦେଇ ସଭାର ଆଭିମୁଖ୍ୟ ପ୍ରଦାନ କରିବା ସଙ୍ଗେ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ । ସେହିପରି ସଭାରେ ଉପସ୍ଥିତ ଥିବା କିଶୋର ଦେବତା, ସୁଦିପ ମିଶ୍ର, ସ୍ୱଗତ ପଣ୍ଡାଙ୍କ ସାନ ପୁଅ ମନୁ ପଣ୍ଡା ମଧ୍ୟ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ । ଏହି ସଭାରେ କଲେଜକୁ ଜମି ଦାନ କରିଥିବା ସ୍ୱର୍ଗତ ଜୟବିହାରୀ ଭୋଇ, ସ୍ୱର୍ଗତ ଗଗନ ବିହାରୀ ବାରିକ, ସ୍ୱର୍ଗତ ଝଙ୍କମଣି ବେହେରା, ସ୍ୱର୍ଗତ ହେମ ନାଏକଙ୍କ ଉଦେଶ୍ୟରେ ତାଙ୍କ ଉତରାଧିକାରୀଙ୍କୁ ଏବଂ ସ୍ୱର୍ଗତ ପଣ୍ଡାଙ୍କ ଉଦେଶ୍ୟରେ ପ୍ରଶସ୍ତିପତ୍ର ତାଙ୍କ ପତ୍ନୀ ଶ୍ରୀମତୀ ସବିତା ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା । କେଜ ପ୍ରତିଷ୍ଠାରେ ସହଯୋଗ କରିଥିବା ଶିକ୍ଷାବିତ ପର୍ଶୁରାମ ମିଶ୍ର, ଉପେନ୍ଦ୍ର ବାରିକ, ଭଗବାନ ମିଶ୍ର, ସାଧୁଚରଣ ଗଡତିଆ, ପୁରନମଳ ଅଗ୍ରାଓାଲ, ରାଜକୁମାର ପଧାନ, ବାବାଜୀ ପଧାନ, ଛାୟାକାନ୍ତ ବାରିକ, ବିଶିକେଶନ ବାରିକ, ଶରତଚନ୍ଦ୍ର ନାୟକ, ଗୋପାଲ ଅଗ୍ରଓାଲ, ସତ୍ୟାନନ୍ଦ ସାହୁ, ସିଦ୍ଧାର୍ଥ ଶଙ୍କର ମିଶ୍ର, ସ୍ୱର୍ଗତ ରବି ଶଙ୍କର ଚାନ୍ଦ, ଜନ କଲ୍ୟାଣ ପରିଷଦ ଏବଂ ମଲେଛାମୁଣ୍ଡା ଉଚ୍ଚ ବିଦ୍ୟାଳୟକୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସଭାଟିକୁ ଅଧ୍ୟାପକ ପ୍ରଦୀପ କୁମାର ପ୍ରଧାନ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ମିନକେତନ ବିଶ୍ୱାଲ, ଅଧ୍ୟାପକ ସରୋଜ କୁମାର ଦାଶ, ଅଧ୍ୟାପକ ଭୂପତୀ କାଲୋ, ଅଧ୍ୟାପକ ସୁଶାନ୍ତ କୁମାର ନାୟକ, ସୁବାଷ ପଧାନ, ହୃଷିକେଶ ସାହୁ, ସୁନିଲ ଜୈନ, ମିନତି ରଥ, ସବିତା ସେଠ, ସଂଯୁକ୍ତା କାଣ୍ଡ, ଉପେନ୍ଦ୍ର ଜାଲ, ତ୍ରିନାଥ କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱର୍ଗତ ପଣ୍ଡାଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ମହେଶ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.