ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ଶଙ୍ଖେଶ୍ୱର) ପଂଚାୟତ ବଡଜିଙ୍ଗଲ ଠାରେ ନିର୍ମାଣ ହୋଇଥିବା ପାର୍କ ର ନାମ କରଣ କୁ ନେଇ ବଡ଼ଜିଙ୍ଗଲ ଗ୍ରାମରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି l ଏହି ପାର୍କ ଟି ବଡ଼ଜିଙ୍ଗଲ ଗ୍ରାମର ସୀମା ପରିଧି ଉପରେ ହୋଇଥିବାବେଳେ ଜନୈକ ପ୍ରଭାବଶାଳୀ ବ୍ୟକ୍ତି ନିଜ ଅକ୍ତିଆରକୁ ନେବାପାଇଁ ପାର୍କ ନିକଟରେ ଏକ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଯୋଜନା ଚାଲିଥିବା ନେଇ ବଡ଼ଜିଙ୍ଗଲ ଗ୍ରାମରେ ଚାପାଗୁଂଜରଣ ସୃଷ୍ଟି ହୋଇଥିବା ସୂଚନା ମିଳିଛି l ଗ୍ରାମବାସୀ ଓ ବ୍ଲକ ପ୍ରଶାସନ ପକ୍ଷରୁ ପାର୍କ ନାମକରଣ କୁ ବଡ଼ଜିଙ୍ଗଲ ପାର୍କ ବା ବଡଜୀଙ୍ଗଲ ଶିଶୁ ଉଦ୍ୟାନ ନାମରେ ନାମିତ କରିବାକୁ ଚାହୁଁଥିବାବେଳେ ଜନୈକ ପ୍ରଭାବଶାଳୀ ବ୍ୟକ୍ତି ଅନ୍ୟ ନାମରେ ପାର୍କ ନାମକରଣ କରିବାପାଇଁ ଚାପ ପକାଉଥିବା ସେହି ପଂଚାୟତ ର ବିଭିନ୍ନ ଗ୍ରାମରେ ଆଲୋଚନା ଚାଲିଥିବା ଶୁଣିବାକୁ ମିଳିଛି l କିଛିଦିନ ତଳେ ପାର୍କ ନାମକରଣକୁ ପଂଚାୟତର ପୂର୍ବତନ ରାଜନୈତିକ ବ୍ୟକ୍ତି ହାଟରେ ମଦ୍ୟପାନ କରି ତୁମୁଳ କାଣ୍ଡ କରିଥିବା ନେଇ ହାଟରେ ଆଲୋଚନା ଜୋର ଧରିଥିଲା l ପାର୍କ ନିକଟକଡ଼ରେ ପ୍ରତିମୂର୍ତ୍ତି ସ୍ଥାପନ କୁ ନେଇ ମଧ୍ୟ ବିରୋଧ କରାଯିବବୋଲି ବଡ଼ଜିଙ୍ଗଲର ଗ୍ରାମବାସୀମାନେ ଆଲୋଚନା କରୁଥିବା ଶୁଣିବାକୁ ମିଳିଛି l ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସହିତ ତୁଳନା କରାଯାଇ ପ୍ରତିମୂର୍ତ୍ତି ବସାଇବାପାଇଁ ବଧ ପରିକର ଜନୈକ ବ୍ୟକ୍ତି l ସରକାରୀ କାର୍ଯ୍ୟ ଓ ସରକାରୀ ପ୍ରକଳ୍ପ କୁ ନିଜ ଅକ୍ତିଆର କୁ ନେଇ ପ୍ରତିମୂର୍ତ୍ତି ସ୍ଥାପନ ଓ ନାମକରଣ ରେ ପରିବର୍ତ୍ତନ କରାଗଲେ ବିରୋଧ କରାଯିବବୋଲି ଗ୍ରାମବାସୀ, ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ଚେତାବନୀ ଦେଇଥିବା ଜଣାପଡିଛି ପାର୍କ ବା ଶିଶୁ ଉଦ୍ୟାନ ହେଉଛି ସର୍ବସାଧାରଣ ଓ ଏକ ମନୋରଞ୍ଜନର ମାଧ୍ୟମ l ଏହାକୁ କେହି ନିଜ ବ୍ୟକ୍ତିଗତ ଭାବେ ଅକ୍ତିଆରକୁ ନେବା ଉଚିତ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି l ବଡଜୀଙ୍ଗଲ ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟ ଟିକୁ ଚଞ୍ଚକତା କରି ବଡ଼ଜୀଙ୍ଗଲ ଗ୍ରାମବାସୀଙ୍କୁ ଅନ୍ଧାରରେ ରଖି ଶାସକ ଦଳର ପ୍ରତିନିଧି ଭାବେ କାର୍ଯ୍ୟ କରି ବନ୍ଦ କରାଇ ଛାତ୍ର ଛାତ୍ରୀ ମାନଙ୍କୁ ଅନ୍ୟତ୍ର ଯିବାପାଇଁ ବାଧ୍ୟ କରିଥିବା ନେଇ ଆଲୋଚନା ହେଉଛି l ବଡଜୀଙ୍ଗଲ ସରକାରୀ ବିଦ୍ୟାଳୟ ବନ୍ଦ ହୋଇଯିବା ପରେ ଉକ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମିଶ୍ରଣ ବିଦ୍ୟାଳୟ କୁ ନଯାଇ ଅନ୍ୟ ଏକ ପାଖ ସରକାରୀ ବିଦ୍ୟାଳୟରେ ନାମ ଲେଖାଇ ପାଠ ପଢୁଛନ୍ତି l ଗୋପାଳପୁର (ଶଙ୍ଖେଶ୍ୱର) ପଂଚାୟତ ରେ ବନ୍ୟା ସହାୟତା ଚାଉଳ ଓ ଟଙ୍କା ବଣ୍ଟନ ଦୁର୍ନୀତି, ବନ୍ୟା ସମୟରେ ନଦୀବନ୍ଦ କୁ ସୁଦୃଢ କରିବା ନାଁରେ ଦୁର୍ନୀତି ବିଭିନ୍ନ ଦୁର୍ନୀତ ର ପାଇଁ ବିଭିନ୍ନ ରାଜନୈତିକ ଦଳମାନେ ଅଭିଯୋଗ ବାଢିଲେଣି l ଏହି ପଂଚାୟତ ରେ ଆଗକୁ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି l
Sign in
Sign in
Recover your password.
A password will be e-mailed to you.