ପ୍ରବାହର ୧୬ତମ ସ୍ୱନକ୍ଷତ୍ର ଉତ୍ସବ: ସମାଜକୁ ସଠିକ ଦିଗ୍‌ଦର୍ଶନ ଦେଇଥାଏ ଗଣମାଧ୍ୟମ

0 2

ଭୁବନେଶ୍ୱର: ଗଣମାଧ୍ୟମ ଅବକ୍ଷୟ ସମାଜକୁ ସଜାଡ଼ିଥାଏ । ସାମମ୍ବାଦିକଙ୍କ କଲମ ମାଧ୍ୟମରେ ସମାଜକୁ ସଠିକ ଦିଗଦର୍ଶନ ମିଳିଥାଏ । ଜଣେ ସାମ୍ବାଦିକ ତାର କଲମ ମାଧ୍ୟମରେ ଜଣେ ସାଧାରଣ ଲୋକକୁ ନ୍ୟାୟ ପ୍ରଦାନ କରିଥାଏ । ସାମ୍ବାଦିକ ଓ ରାଜନେତା ଉଭୟ ସମାଜର ଜାଗ୍ରତ ପ୍ରହରୀ । ଏମାନଙ୍କ କାର୍ଯ୍ୟଶୈଳିକୁ ସମାଜ ନିରିକ୍ଷଣ କରିଥାଏ । ନିଷ୍ଠାର ସହ ଯେଉଁମାନେ ସାମ୍ବାଦିକତା କରିଛନ୍ତି ସେମାନେ କେବେ ହେଲେ ସମାଜରେ ହାରି ନାହାଁନ୍ତି । ନିର୍ଭିକତା ଓ ନିରପେକ୍ଷତା ସମ୍ବାଦପତ୍ରମାନେ ଅବଲମ୍ବନ କରିବା ଆବଶ୍ୟକ ବୋଲି ସାପ୍ତାହିକ ସମ୍ବାଦପତ୍ର ‘ପ୍ରବାହ’ର ୧୬ତମ ସ୍ୱନକ୍ଷତ୍ର ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଥିଲେ ।
ରବିବାର ପୂର୍ବାହ୍ନ ୧୦ଘଟିକାରେ ଜୟଦେବ ଭବନଠାରେ ପ୍ରବାହର ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟଅତିଥି ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ମୁଖ୍ୟବ୍ୟକ୍ତା ଖୋର୍ଦ୍ଧା ଲ’କଲେଜର ଅଧ୍ୟକ୍ଷ ତଥା ଅଧିକାର ଲ’ଏକାଡେମୀ ନିର୍ଦ୍ଦେଶକ ଗିରିଶ ରଞ୍ଜନ ସାହୁ, ସମ୍ମାନିତ ଅତିଥି ଏମ୍‌ରଜିଙ୍ଗ ସାଇନ୍ସର ସମ୍ପାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ବାୟୋଟେକ୍ନୋଲୋଜିର ପୂର୍ବତନ ପ୍ରଧ୍ୟାପକ ଡକ୍ଟର ଗୌରାଙ୍ଗ ଚରଣ ସ୍ୱାଇଁ, ଅନ୍ୟତମ ସମ୍ମାନିତ ଅତିଥି ରବି ସାମଲ, ପ୍ରବାହର ପରିଚାଳନା ସମ୍ପାଦକ ସିଦ୍ଧାର୍ଥ ସ୍ୱରୂପ ଦାଶ, ସମ୍ପାଦକ ଅଭିମନ୍ୟୁ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଆଇନଜୀବୀ ତଥା କବି ଚନ୍ଦ୍ର ବିଜୟୀ ମିିଶ୍ର । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରବାହର ପରିଚାଳନା ସମ୍ପାଦକ ସିଦ୍ଧାର୍ଥ ସ୍ୱରୂପ ଦାଶ ।

 

Leave A Reply

Your email address will not be published.