ନୟାଗଡ଼,୨୧/୨: ବିଶ୍ୱ ମାତୃଭାଷା ଦିବସ ଉପଲକ୍ଷେ ଏକ ବହୁଭାଷୀ କବିତା ଆସର ସ୍ଥାନୀୟ ଖେଳ ପଡ଼ିଆଠାରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଲେଖକ ପରିଷଦ,ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ,ସଦାନନ୍ଦ ସାହିତ୍ୟ ପରିଷଦ,ମା’ଫାଉଣ୍ଡେସନ, ଆର୍ଟ ପଏଣ୍ଟ ପକ୍ଷରୁ ଆୟୋଜିତ ଏହି କବିତା ଆସରରେ ଅତିଥି ଭାବେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ନାୟକ, ଶିଶୁ ସହିତ୍ୟିକା ତଥା କବୀ ବସିରନ ବିବି, କବି ନିର୍ମଳ ଶୁରଦେଓ, ଡ଼ ସୁକାନ୍ତି ମହାନ୍ତି,କବି ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ, କବି ଶରତ ଆଚାର୍ଯ୍ୟ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ପୌରହିତ୍ୟିରେ ଆୟୋଜିତ ଏହି କବିତା ଆସରକୁ କବୀ କ୍ଷଣପ୍ରଭା କର ଏବଂ ହରପ୍ରିୟା ଦ୍ବିବେଦୀ ସଂଯୋଜନା କରିଥିଲେ। ଏଥିରେ ବଙ୍ଗଳା କବିତା ଗୋପୀନାଥ ସେଠି ଓ ଶ୍ରାବଣୀ ନାଥ ପାଠ କରିଥିବା ବେଳେ ଉର୍ଦ୍ଦୁ କବିତା ଅଜିଜୁର ରହମାନ, ହିନ୍ଦୀ କବିତା ନୁଜହତ ତରନୁମ ଓ ସୁଖମଣୀ ଆନନ୍ଦ, ଇଂରାଜୀରେ ସୁଦର୍ଶନ ପ୍ରଧାନ ଓ ସରୋଜ କୁମାର ସାହୁ,ସଂସ୍କୃତରେ ନିଳିମା ନନ୍ଦ, ଓଡ଼ିଆ ଗଳ୍ପ ଡ଼ ଆଶୁତୋଷ ମିଶ୍ର ପ୍ରମୁଖ ଆବୃତି କରିଥିଲେ। ପରବର୍ତ୍ତୀ ସମୟରେ ନିଳିମା ନନ୍ଦ, ଶ୍ରାବଣୀ ନାଥ,ସ୍ମିତା ସ୍ବାଇଁ,ଗୋପୀନାଥ ସେଠୀ ଏବଂ ଲକ୍ଷ୍ମୀଧର ସାହୁଙ୍କୁ ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।ଲେଖକ ପରିଷଦ ସମ୍ପାଦକ ଶେଖ ଅବଦୁଲ ଖାଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କଣ୍ଠଶିଳ୍ପୀ ବିଜୟାନନ୍ଦ ମହାପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ ଏବଂ ରଂଜନ ରଶ୍ମି ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.