କାମାକ୍ଷାନଗର/ ରିତେଶ ବ୍ରହ୍ମା :ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଶୀତଳବସା ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଫଳରେ ଜଣକର ମୃତ୍ୟୁ ଘଟିଛି ।ସୂଚନା ଅନୁସାରେ ଜୟପୁରାକାଟେଣି ପଞ୍ଚାୟତ କାଦବସନ୍ତ ଗ୍ରାମର ବାଜିନାଥ ଟୁଡୁ(୨୫)ନିଜ ଗାଁରୁ ସୁକିନ୍ଦା ଯାଉଥିଲା ବେଳେ ବିପରୀତ ପାଶ୍ୱରୁ ଆସୁଥିବା ବାଇକ ସହିତ ସନ୍ଧ୍ୟା ୭ଟା ସମୟରେ ଧକା ହେବାରୁ ରାସ୍ତାରେ ପଡ଼ିଥିଲେ ।ବିପରୀତ ପାର୍ଶ୍ଵରୁ ଆସୁଥିବା ବାଇକ ଆରୋହି ସାମାନ୍ୟ ଆହତ ହେଇଛନ୍ତି।ସ୍ଥାନୀୟ ଲୋକମାନେ ତାଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଥିଲେ ।ଡାକ୍ତର ପରୀକ୍ଷା କଲା ପରେ ମୃତ୍ୟୁ ଘୋଷଣା କରିଥିଲେ ।ତାଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
Sign in
Sign in
Recover your password.
A password will be e-mailed to you.