ନୟାଗଡ,୨୦/୨:ନୟାଗଡ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପ୍ରାୟୋଜିତ କାଳିଆଦର୍ଶନ, ଯାତ୍ରା ରେ ୧୦୮ ଜଣ ବରିଷ୍ଠ ନାଗରିକ ଆଜି ସକାଳୁ ଟ୍ରେନ ଯୋଗେ ପୁରୀ ଯାତ୍ରା କରିଛନ୍ତି।
ପୁରୀରେ ପହଂଚି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଅବଢ଼ା ସେବନ କରିଥିଲେ।ଏହା ପରେ ସମୁଦ୍ରକୂଳରେ ଏକ ସ୍ୱତନ୍ତ୍ର ବୈଠକରେ ଯୋଗଦେଇଥିଲେ। ରାଜ୍ୟ ମହାସଂଘ ସାଧାରଣ ସମ୍ପାଦକ ଏବଂ ପୁରୀ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତା ଉକ୍ତ ବୈଠକ ରେ ଯୋଗଦେଇଥିଲେ। ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରିଷ୍ଟ ନାଗରିକ ମାନଂକୁ କାଳିଆ ଦର୍ଶନ ପାଇଁ ସମସ୍ତ ପୁଲିସି ସହାୟତା ଯୋଗାଇଦେବାଥିବାରୁ ସଂଘର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଦୁର୍ଯ୍ୟାଧନ ସାହୁ ପୁରୀ ଆରକ୍ଷୀ ଅଧିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ତୀର୍ଥ ଯାତ୍ରାରେ ନୟାଗଡ, ବାଉଁଶିଆପଡା, ପଣ୍ଡୁସର, ବେଗୁନିଆପଟଣା, ଇଟାମାଟି, ଭାପୁର, ଅଣମଡ଼ା, ଶରଣକୁଳ ଏବଂ ଖଣ୍ଡପଡାର ବରିଷ୍ଠ ନାଗରିକ ମାନେ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.