ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଶିଖର ସମେତ ପାରଳାଖେମୁଣ୍ଡି ସହର ଓ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଶିବାଳୟ ଗୁଡିକରେ ଗତ ଦୁଇଦିନ ଧରି ମହାଶିବରାତ୍ରୀ ଓ ମହାଜାଗର ଦୀପ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ମହେନ୍ଦ୍ରଗିରିର ସ୍ୱତନ୍ତ୍ରତା ପ୍ରକାରେ ମହାଶିବରାତ୍ର ପୂର୍ବଦିନ ରାତ୍ରରୁ ପାଳନ ହୋଇଥିବା ବେଳେ ମହାଶିବରାତ୍ର ଦିନ ଜାଗର ଦୀପ ଯାତ୍ରା ପାଳନ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ଚାରିହଜାର ଫୁଟ ଉଚ୍ଚତା ବିଶିଷ୍ଟ ପାହାଡ ମହେନ୍ଦ୍ରଶିଖର ବିଭିନ୍ନ ପାଦଚଲା ରାସ୍ତାରେ ଚଢି ପହଞ୍ଚିଥିଲେ। ମହେନ୍ଦ୍ର ଶିଖରେ ଶୀତ, କାକର, କୁହୁଡି,ପବନ ସତ୍ୱେ ଶ୍ରଦ୍ଧାଳୁ ମାନେ ଶିଖରରେ ଥିବା ଗୋକର୍ଣ୍ଣେଶ୍ୱର , ଯୁଧିଷ୍ଠିର ଓ ଭୀମ ମନ୍ଦିରରେ ଥିବା ଶିବଲିଙ୍ଗ ଦର୍ଶନ ଓ ପୂଜାର୍ଚ୍ଚନା କରି ଜାଗର ଦୀପ ଜାଳି ଉଜାଗର ରହିଥିଲେ। ଏଥିପାଇଁ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିରହିଥିଲା ।
ଏହି ଅବସରରେ ଶ୍ରଦ୍ଧାଳୁମାନେ ସୁରକ୍ଷିତ ଓ ନିର୍ଭୟରେ ଯେଭଳି ମହେନ୍ଦ୍ର ଶିଖରକୁ ସହଜେ ଆସି ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।
ସେହିଭଳି ଗଜପତି ଜିଲ୍ଲାଞ୍ଚଳ ସମେତ ପାରଳାଖେମୁଣ୍ଡି ସହରାଞ୍ଚଳରେ ଥିବା ଧବଳେଶ୍ୱର , ରାମଲିଙ୍ଗେଶ୍ୱର , ଶ୍ମଶାନେଶ୍ୱର , ରାମେଶ୍ୱର , କାଶୀବିଶ୍ୱନାଥ , ଗପେଶ୍ୱର , ମଲ୍ଲିକାର୍ଜୁନେଶ୍ୱର , ଚନ୍ଦ୍ରଶେଖର , ମାଡୁଆମହାଦେବ ପ୍ରଭୃତି ଶତାଧିକ ସଂଖ୍ୟାରେ ରହିଥିବା ଶିବାଳୟ ଗୁଡିକ ମହାଶିବରାତ୍ର ଓ ଜାଗର ଯାତ୍ରା ଅବସରରେ ଅତ୍ୟନ୍ତ ଚଳଚଞ୍ଚଳ ହୋଇ ଉଠିଥିଲା । ଶିବାଳୟ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଓ ଜାଗର ଦୀପ ଜାଳିବା ପାଇଁ ପ୍ରବଳ ଭିଡ ଓ ଲମ୍ୱା ଧାଡି ଲାଗି ରହିଥିଲା।
ରାତିରେ ମହାଜାଗର ଦୀପ ଉଠିଥିଲା। ଏହି ଅବସରରେ ସମସ୍ତ ଶିବାଳୟ ଗୁଡିକ ସଂପୃକ୍ତ ଶିବାଳୟ କମିଟି ତରଫରୁ ତୋରଣ ଓ ବିଭିନ୍ନ ରଙ୍ଗର ଆଲୋକମାଳାରେ ସଜ୍ଜିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post