ବୀରମହାରାଜପୁର, (ବିନୋଦ ପାଣ୍ଡେ): କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଦେଉଥିବା ୧୦ କେଜି ଚାଉଳ ରୁ ୫ କେଜି କାଟିଦେଇ ଥିବା ଅଭିଯୋଗ କରି ବିଜୁ ଜନତା ଦଳ ତରଫରୁ ଦୀର୍ଘ ସମୟ ଧରିବ୍ଲକ ଅଫିସ ସମ୍ମୁଖରେ ଧାରଣା ରେ ବସିବା ସହିତ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୀରମହାରାଜପୁର ବିଡିଓ ଙ୍କୁ ପ୍ରଦାନ କରାଯାଇଛି l ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ କେନ୍ଦ୍ର ସରକାର ଙ୍କୁ ଭର୍ଶନା କରିବା ସହିତ କେନ୍ଦ୍ର ସରକାର ତୁରନ୍ତ ଏହାର ପୁନଃ ବିଚାର କରନ୍ତୁ ବୋଲି ପ୍ରକାଶ କରିଥିଲେ l ଉକ୍ତ ଧାରଣା ସଭାରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ସଭା ପରିଚାଳନା କରିଥିବାବେଳେ ବରିଷ୍ଟ ବିଜେଡି ନେତା ଶୟମ୍ଭୁନାଥ ଖଣ୍ଡଗିରି, ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ଜିଲ୍ଲା ପରିଷଦ ସଦସ୍ୟl ଚନ୍ଦ୍ରକାନ୍ତି ଦନ୍ତା, କିଶୋର ହୋତା, ପ୍ରଦୀପ ମିଶ୍ର, ଶ୍ରୀନିବାସ ଚାନ୍ଦ,ମଧୁ ସୁଦନ ପଣ୍ଡା,ଧୀରେନ୍ଦ୍ର ନାରାୟଣ ପଣ୍ଡା,ଶୈଳ ରଞ୍ଜନ ବାଦୀ,ଭଗବାନ କର୍ଣ୍ଣ, ସରପଞ୍ଚ ମନୋଜ ସାହୁ,ଶ୍ରୀୟା ମହାକୁର ଜୟଶ୍ରୀ ଦେହୁରୀ, ଭାରତୀ ମହାନନ୍ଦ ପ୍ରମୁଖ କେନ୍ଦ୍ର ସରକାର ଗରିବ ମାରଣ ନିତି ବିରୁଦ୍ଧରେ ବର୍ଷିଥିଲେ l ଶେଷରେ ସରପଞ୍ଚ ମହେନ୍ଦ୍ର ଜଗଦଲା ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post