ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ବିକ୍ରି ହେଉଛି ନିମ୍ନମାନର ପାଉଁରୁଟି। ବୀରମହାରାଜପୁର ତଥା ସୁବଳୟା, ଖଣ୍ଡହତା ଓ ମୁର୍ଷୁଣ୍ଢୀ ଅଞ୍ଚଳର ବିଭିନ୍ନ ଗ୍ରାମରେ ବିକ୍ରି ହେଉଥିବା ବିଭିନ୍ନ ଖାଦ୍ୟ ପଦାର୍ଥ ପେକେଟରେ ପ୍ରସ୍ତୁତି ଓ ବ୍ୟବହାର ଅବଧି ତାରିଖ ଉଲ୍ଲେଖ ରହୁନଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ଏହି ଅଞ୍ଚଳରେ ବିକ୍ରି ହେଉଥିବା ପାଉଁରୁଟି କେତେ ଶସ୍ତା ହୋଇଥିବାରୁ ଅନେକ ଗରିବ ଶ୍ରେଣୀର ଲୋକେ,ଛୋଟ ଛୁଆ, ଗର୍ଭବତୀ ମହିଳା,ରୋଗୀ ଏହାକୁ ବ୍ୟବହାର କରୁଛନ୍ତି। ଅଜ୍ଞାତବସତଃ ସେମାନେ ଏହାର ପ୍ରସ୍ତୁତି ଓ ବ୍ୟବହାର ଅବଧି କଣ ଅବଧି ଶେଷ ହୋଇଥିବା ଖାଦ୍ୟ ପକେଟ ବ୍ୟବହାର କଲେ କ୍ଷତି ହେବ ତାହା ଜାଣିପାରୁ ନାହାନ୍ତି। ଅଞ୍ଚଳର ମୁନାଫା ଖୋର ଦୋକାନ ମାନେ ସେମାନଙ୍କର ସରଳତାର ସୁଯୋଗ ନେଇ ଏହି ପାଉଁରୁଟି ବିକ୍ରି କରି ତାଙ୍କ ଜୀବନ ସହିତ ଖେଳୁଥିବା ଅଭିଯୋଗ ହେଉଛି। ଏଦିଗରେ ଜିଲ୍ଲା ଖାଦ୍ୟ ନିରୀକ୍ଷକ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଦୃଢ଼ ପଦକ୍ଷେପ ନେବାକୁ ଅଞ୍ଚଳର ବୁଦ୍ଧି ଜୀବିମାନେ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post