ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପନ।

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ସୋମବାର ଦିନ ଉଦଯାପନ ହୋଇଯାଇଛି।
ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , ମାନ୍ୟବର ସାଂସଦ ବ୍ରହ୍ମପୁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଗାୱରା ତିରୁପତି ରାଓ , ଜିଲ୍ଲାପରିଷଦ ସଭାପତି ଗଜପତି, ଶ୍ରୀମତୀ ସୁନେମୀ ମଣ୍ଡଳ , ଅଧ୍ୟକ୍ଷା ,ପଞ୍ଚାୟତ ସମିତି ଗୁମ୍ମା , ଶ୍ରୀମତୀ ପୁର୍ଣ୍ଣବାସୀ ନାୟକ , ଅଧ୍ୟକ୍ଷା ,ପଞ୍ଚାୟତ ସମିତି ରାୟଗଡ଼ , ଶ୍ରୀମତୀ ବି.ସାୟାମ୍ମା , ଅଧ୍ୟକ୍ଷା , ପଞ୍ଚାୟତ ସମିତି କାଶୀନଗର ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ପ୍ରମୁଖ ପ୍ରମୁଖ ମଞ୍ଚାସୀନ ଥିଲେ।
ଉଦଯାପନ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଏହି କୃଷକ ମେଳା ଅନୁଷ୍ଠିତ ହୋଇଥିଲା। ଏହି ମେଳା ଗତ ତା.୧୦.୦୨.୨୦୨୩ ରିଖ ଠାରୁ ଆଜି ତା.୧୩.୦୨.୨୦୨୩ରିଖ ପର୍ଯ୍ୟନ୍ତ ଚାଲୁରହିଥିଲା। ଆଜି ମୁଖ୍ୟ ଅତିଥିଙ୍କ ସମେତ ସମସ୍ତ ଅତିଥି ମାନେ ଗଜପତି ଜିଲ୍ଲାର ଚାଷୀ ମାନଙ୍କୁ ଉଦବୋଧନ ଦେଇ
ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣିତ କରିବା ନିମନ୍ତେ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରିବା ସାଙ୍ଗକୁ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ଫର୍କରେ ଆଲୋଚନା କରଯାଇଥିଲା।
ମିଶ୍ରିତ ଫସଲର ଚାଷ , ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତିର ସଠିକ୍ ଉପଯୋଗ ଓ ପରିଚଳନା , ଉନ୍ନତ ମାନର ଯାନ୍ତ୍ରିକ କରଣ ସୁବିଧା ଓ ସୁଯୋଗ ନେବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। ଏହି ଜିଲ୍ଲାର ସ୍ତରୀୟ ଚାରି ଦିନ ଧରି ଅନୁଷ୍ଠିତ ହୋଇଥିବା ମେଳାରେ ୫୬ ଜଣଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତି ଯୋଗେଇ ଦିଆଯାଇଛି ଥିବା ବେଳେ ୧୨୯ ଜଣ କୃଷକ ଅନଲାଇନ ମାଧ୍ୟମରେ ବିଭିନ୍ନ କୃଷି ଯନ୍ତ୍ରପାତି ଗୁଡ଼ିକୁ ଆବେଦନ କରିଛନ୍ତି ଯାହାର ମୂଲ୍ୟ ୧ କୋଟି ୯୦ ଲକ୍ଷ୍ୟ ୭୮ ହଜାର ୬୮୮ ଟଙ୍କା ହେବ।
ଏହି କୃଷି ଯନ୍ତ୍ରପାତି ମେଳା ୫୦ ଗୋଟି ଷ୍ଟୋଲ୍ ଖୋଲା ଯାଇ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ସହିତ ରିହାତି ଦରରେ ଚାଷୀ ଓ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଦାନ କରାଯାଇଛି। ଏହି ମେଳାରେ ଜିଲ୍ଲାର ବିଭିନ୍ନ ବିଭାଗ ତଥା ଉଦ୍ୟାନ କୃଷି ବିଭାଗ , ମତ୍ସ୍ୟ ବିଭାଗ , ପ୍ରାଣୀ ସମ୍ପଦ ବିକାଶ , ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ , ଓଡ଼ିଶା କୃଷୀ ଶିଳ୍ପ ନିଗମ , ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ ମିଶନ ଭଳି ବିଭାଗ ଏହି ମେଳାରେ ନିଜ ନିଜ ବିଭାଗର ଯନ୍ତ୍ରପାତି ପ୍ରଦର୍ଶନ କରିଥଲେ।
ଏହି ଉଦଯାପନ ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଗଣଙ୍କ ସମେତ ଗୁମ୍ମା , କାଶୀନଗର , ଗୋଷାଣୀ ଓ ରାୟଗଡ଼ ବ୍ଲକ୍ ଚାଷୀ ଭାଇ ଭଉଣୀ ମାନଙ୍କ ସମେତ କୃଷୀ ଓ ଆନୁସଙ୍ଗିକ ବିଭଗର ବରିଷ୍ଟ ଅଧିକାରୀ ମାନେ ଯୋଗଦେଇ ଚାଷୀ ମାନଙ୍କୁ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଏବଂ ଉଦ୍ୟଗି କରଣ ଉପରେ ଆଲୋଚନା କରିଥିଲେ।

Leave A Reply

Your email address will not be published.