ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ଗୁରୁ ସୁଶ୍ରୀ ଡ଼ି. ପ୍ରିୟଙ୍କା ଏବଂ ଗୁରୁ ଡକ୍ଟର ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କର ମିଳିତ ଆନୁକୂଲ୍ୟରେ ଏହି ଅନୁଷ୍ଠାନର ୬ ଜଣ ନୃତ୍ୟଶିଳ୍ପୀ ଯଥା ବିଷ୍ଣୁପ୍ରିୟା ମଣ୍ଡଳ , ତନିଷା ବେବର୍ତ୍ତା , ଶୁଭଶ୍ରୀ ପାଣିଗ୍ରାହୀ , ସ୍ଵପ୍ନାରାଣୀ ପାଣିଗ୍ରାହୀ , ରିଶିତା ପାତ୍ର ଓ ଅନୌଷ୍କା ଅନୋହିତା ସାହୁ ଗତ ୩୦ ଜାନୁୟାରୀ ଠାରୁ ୭ ଫେବୃଆରୀ ପର୍ଯ୍ୟନ୍ତ ମାଲେସିଆ ଗସ୍ତରେ ଯାଇଥିଲେ। ଚଳିତ ଫେବୃୟାରୀ ୨ ତାରିଖ ୨୦୨୩ ରେ ଇଣ୍ଡିଆନ୍ ଡାନ୍ସ ଫେଷ୍ଟିଭାଲ -୨୦୨୩ ଅରଗାନାଇଜଡ୍ ବାଇ ଶିରିଡ଼ି ସାଇ ବାବା ସେଣ୍ଟର୍ ଏଟ୍ ଲେବୁହ ଅମ୍ପାଙ୍ଗ କୁଆଲା ଲୁମ୍ପୁର , ମାଲେସିଆ ଠାରେ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହିତ ମାନପତ୍ର ଓ ଉପଢ଼ୌକନରେ ସମ୍ମାନିତ ହୋଇଥିଲେ ଏବଂ ୪ ଫେବୃୟାରୀ ୨୦୨୩ ରେ ହିନ୍ଦୁସ୍ଥାନ ଆର୍ଟ ଏଣ୍ଡ ମ୍ୟୁଜିକ୍ ସୋସାଇଟି ଏଣ୍ଡ ହାଇ କମିଶନ ଅଫ ଇଣ୍ଡିଆ କୁଆଲା ଲୁମ୍ପୁର୍ ର ମିଳିତ ଆନୁକୂଲ୍ୟରେ ସନ୍ତାନନ୍ଦ ଅଡିଟୋରିୟମ , ଟେମ୍ପଲ୍ ଅଫ ଫାଇନ ଆର୍ଟସ ଠାରେ ଭାରତ ସଂସ୍କୃତି ୟାତ୍ରା (ଗ୍ଲୋବାଲ ଫେଷ୍ଟିଭାଲ) ରେ ଏହି ନୃତ୍ୟାଙ୍ଗନାମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଗଜପତି ଜିଲ୍ଲା ପାଇଁ ସୁଖ୍ୟାତି ଆଣିଦେଇଛନ୍ତି । ଏତଦ୍ ବ୍ୟତୀତ ଗୁରୁ ସୁଶ୍ରୀ ଡ଼ି. ପ୍ରିୟଙ୍କା ଙ୍କୁ ପଦ୍ମଶ୍ରୀ ରମଲି ଇବ୍ରହିମ୍ ଏବଂ କାଉନସିଲର (କମ୍ୟୁନିଟି ଆଫାୟର୍ସ ଆଣ୍ଡ ଲେବର) ଇଣ୍ଡିଆନ୍ ହାଇ କମିଶନ ମିସ୍ ଅମ୍ରିତା ଦାସଙ୍କ ଦ୍ଵାରା ଉପଢ଼ୌକନ , ମାନପତ୍ର ଏବଂ ଫଳକ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।
ପ୍ରକାଶ ଯୋଗ୍ୟ ଯେ ଏହି ଅନୁଷ୍ଠାନ କଳାକାର ମାନେ ପୂର୍ବରୁ ଅନେକ ଥର ବିଦେଶରେ କଳା ପ୍ରଦର୍ଶନ କରି ସୁନାମ ଅର୍ଜନ କରିବା ସହ ପାରଳାଖେମୁଣ୍ଡି ପରି ଉପାନ୍ତ ଅଞ୍ଚଳରେ ମଧ୍ୟ ବିଦେଶରୁ କଳାକାର ମାନଙ୍କୁ ଆଣି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥାନ୍ତି। କଳାକାର ମାନେ ବିଦେଶରୁ କଳା ପ୍ରଦର୍ଶନ କରି ଫେରିବା ପରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ କଳାପ୍ରେମିଙ୍କ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.