କାମାକ୍ଷାନଗର/ରିତେଶ ବ୍ରହ୍ମା – କାମାକ୍ଷାନଗର ମହୋତ୍ସବ ର ଚତୁର୍ଥ ଦିନ ରେ ଲୋକାରଣ୍ୟ ହେଉଥିବା ସାରଙ୍ଗଧର ଷ୍ଟାଡିୟମ୍ ରେ ଦିନ ସାରା କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା।ନଗରପାଳ ଧର୍ମାନନ୍ଦ ପରିଡା ସମସ୍ତ ଖେଳାଳି ମାନଙ୍କୁ କ୍ରୀଡା ପୋଷାକ ବିତରଣ କରିଥିଲ । ତାସହ ସଂଧ୍ୟା ବେଳେ ରାଜ୍ୟ ର ଲୋକକଳା ଅନୁଷ୍ଠିତ ହୋଇଥିଲା । ବରହମ୍ ପୁର ରୁ ଆସିଥିବା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ର ନୃତ୍ୟ ଲୋକଙ୍କୁ ବେଶି ଆକର୍ଷିତ କରିଥିଲା। ସଂଧ୍ୟା ରେ ମହୋତ୍ସବ କମିଟି ର ସଭାପତି ତଥା ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କ ସଭାପତ୍ୱ ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ । ଏହି ଭଳି ମହୋତ୍ସବ ଅନୁଷ୍ଠିତ ହେଲେ ପ୍ରତି ଗାଁ ର ପ୍ରତିଭା ମାନେ ଲୋକ ଲୋଚନ କୁ ଆସିପାରିବେ ବୋଲି କହିଥିଲେ। ତା ସହ ପ୍ରଥମ ଥର କାମାକ୍ଷାନଗର ମହୋତ୍ସବ ଆୟୋଜନ ହୋଇ ପାରିଥିବାରୁ ବହୁତ ଖୁସି ବ୍ୟକ୍ତ କରିଥିଲେ। ଅନ୍ୟ ଅତିଥି ଭାବେ ରୂପା ରୋଷନ ସାହୁ କମିସନର ତଥା ଶାସନ ସଚିବ, ଅନୁସୂଚିତ ଜନଜାତି ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ , ଓଡିଶା ସରକାର, ,ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଗୋଗିନେନା ମଣ୍ଡଳ ବନଖଣ୍ଡ ଅଧିକାରୀ,ଢ଼େଙ୍କାନାଳ,ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଢ଼େଙ୍କାନାଳ,ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଢ଼େଙ୍କାନାଳ ,ଶ୍ରୀଯୁକ୍ତ ସରୋଜ କୁମାର ଦତ୍ତ ଅତିରିକ୍ତ କାର୍ଯ୍ଯ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ,ଢ଼େଙ୍କାନାଳ, ଶ୍ରୀଯୁକ୍ତ ମନୋରଞ୍ଜନ ବିଶ୍ଵାଳ ଏସ. ଇ. ପୁର୍ତ୍ତ ବିଭାଗ, ଢ଼େଙ୍କାନାଳ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ। ଅଞ୍ଚଳ ର ବିଭିନ୍ନ କ୍ଷେତ୍ର ରେ ପାରିଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ଶେଷ ରେ ସିନେ କଳାକାର ଓ ଅନ୍ୟ ମାନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କମେଡିୟାନ ଗୁଲୁଆ ଲୋକଙ୍କୁ ତାଙ୍କ କମେଡି ରେ ହସେଇ ହସେଇ ବେଦମ୍ କରିଥିବା ବେଳେ ସିଙ୍ଗର ତାରିକ୍ ଏବଂ ଜ୍ୟୋତିର୍ମୟୀ ଙ୍କ ସଙ୍ଗୀତ ରେ ଲୋକମନେ ଖୁବ୍ ଆନନ୍ଦ ନେଇଥିଲେ। କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଅବନୀ ମିଶ୍ର। ପଲିଶ୍ରୀ ମେଳା ରେ ଖାଦ୍ୟ ଷ୍ଟଲ ଓ ଏସଏସଜି ଗ୍ରୁପ୍ ଦ୍ୱାରା ତିଆରି ହୋଇଥିବା ଜିନିଷ ଷ୍ଟଲ ରେ ଏବଂ ମହୋତ୍ସବ ରେ ଥିବା ସେଲ୍ଫି ପଏଣ୍ଟ ରେ ଲୋକଙ୍କ ପ୍ରବଳ ଗହଳି ପରିଲିଖିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post