ନୂଆରେକୁଳା ଗ୍ରାମ ରେ ନୂତନ ମଙ୍ଗଳାମନ୍ଦିର ପାଇଁ ରତ୍ନମୁଦ

0

କାମାକ୍ଷାନଗର -ଆଜି କାମାକ୍ଷାନଗର ଏନଏସି ନୂଆ ରେକୁଳା ଗ୍ରାମ ରେ ନୂତନ ମଙ୍ଗଳାମନ୍ଦିର ପାଇଁ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗ୍ରାମ୍ୟ କମିଟି ସଭାପତି ସତ୍ୟାନନ୍ଦ ସାହୁ ଆୟୋଜନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କର୍ତ୍ତା ଭାବେ ସାଧୁଚରଣ ବେହେରା ଯୋଗ ଦେଇ ରତ୍ନମୁଦ କାର୍ଯ୍ୟକ୍ରମ କୁ ସମ୍ପାଦିତ କରିଥିଲେl ଅନ୍ୟ ମାନଙ୍କ ମଧ୍ୟରେ ଜନ୍ମେଜୟ ବେହେରା, ସର୍ବେଶ୍ୱର ପାତ୍ର, ମାନସ ବେହେରା, ଅଭିମନ୍ୟୁ ବେହେରା, ବାଳକୃଷ୍ଣ ବେହେରା, ଓ ରାହାସବିହାରୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ମା ଙ୍କ ନୂତନ ମନ୍ଦିର ର ରତ୍ନମୁଦ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏହି ଅବସର ରେ ବିଭିନ୍ନ ଅଞ୍ଚଳ ରୁ କୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ରହି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ l ସର୍ବ ଶେଷରେ ପ୍ରସାଦସେବନ କାର୍ଯ୍ୟକ୍ରମ ରେ ହଜାର ହଜାର ଭକ୍ତ ଉପସ୍ଥିତ ଥିଲେ |

Leave A Reply

Your email address will not be published.