ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଲରପଙ୍କ ଗ୍ରାମର ଜଣେ ବାସିନ୍ଦା ଅଞ୍ଜଳି ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ତାଙ୍କ ବାପାଙ୍କୁ ବାଲ୍ୟାବସ୍ଥାରେ ହରାଇବା ପରେ ପରିବାରର ଗୁଜୁରାଣ ମେଣ୍ଟାଇବା କାର୍ଯ୍ୟରେ ସହଯୋଗ କରିବାକୁ ସ୍କୁଲ ପାଠ ଛାଡିବାକୁ ବାଧ୍ୟ ହୋଇଥିଲେ । ୨୦୧୯ରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲକୋ ହୀରାକୁଦ କାରଖାନା ଦ୍ୱାରା ସମ୍ବଲପୁରରେ ସ୍ଥାପିତ ଟେଲରିଂ ସେଣ୍ଟରରେ ସେ ନାମ ଲେଖାଇଲେ । ସମ୍ପ୍ରତି ସେ ମାସକୁ ପ୍ରାୟ ୧୫ହଜାର ଟଙ୍କା ରୋଜଗାର କରୁଛନ୍ତି ଏବଂ ତାଙ୍କ ପରିବାରର ଭରଣପୋଷଣ କରୁଛନ୍ତି । ତାଙ୍କର ଟେଲରିଂ କୁଶଳତାରେ ପ୍ରଭାବିତ ହୋଇ ହିଣ୍ଡାଲ୍କୋ ମଧ୍ୟ ଅଞ୍ଜଳିଙ୍କୁ ନିକଟରେ ଆରମ୍ଭ ହୋଇଥିବା ଟେଲରିଂ ସେଣ୍ଟରରେ ଜଣେ ମାଷ୍ଟର ଟ୍ରେନର ଭାବରେ ନିଯୁକ୍ତି ଦେଇଛି । ଅଞ୍ଜଳି ଏବେ ଅନେକ କିଶୋରୀଙ୍କ ପାଇଁ ରୋଲ ମଡେଲ ପାଲଟିଛନ୍ତି ।
ଅନୁରୂପ ଭାବରେ ହୀରାକୁଦର ଖ୍ରୀଷ୍ଟିଆନପଡାର ଅଙ୍କିତ ସୁନା ଏସଏ ଇନ୍ଫୋସିସ୍ ପ୍ରାଇଭେଟ ଲିମିଟେଡରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯ୍ୟ କରୁଛନ୍ତି । ସେ ମାସିକ ୧୦ ହଜାର ଟଙ୍କା ଆୟ କରୁଛନ୍ତି, ସେ ହିଣ୍ଡାଲ୍କୋ ପରିଚାଳିତ ସମ୍ବଲପୁରସ୍ଥିତ ସ୍କିଲ ସେଣ୍ଟରରେ ଅଫିସ ଆସିଷ୍ଟାଣ୍ଟ ଭାବରେ ତାଲିମପ୍ରାପ୍ତ ହୋଇଛନ୍ତି ।
ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ କିଭଳି ଏହାର ସିଏସଆର ପ୍ରୟାସସମୂହ ଅଧୀନରେ ବିବିଧ କୁଶଳତା ବିକାଶ କାର୍ଯ୍ୟକଳାପ ଜରିଆରେ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଶିକ୍ଷାକୁ ଆଗେଇ ନେଉଛି ତାହାକୁ ନେଇ ରହିଥିବା ଅନେକ ଉଦାହରଣ ମଧ୍ୟରେ ଏହି ଦୁଇଟି ରହିଛି ।
ସମ୍ବଲପୁରେ ହିଣ୍ଡାଲ୍କୋ ତତ୍ତ୍ୱାବଧାନରେ ଥିବା ଆଦିତ୍ୟ ବିର୍ଲା ସ୍କିଲ ସେଣ୍ଟର ଏକ ସର୍ବାଧୁନିକ ତାଲିମ କେନ୍ଦ୍ର ଯାହା କୁଶଳତାର ତାଲିମ ପ୍ରଦାନ ଉପରେ ଦୃଷ୍ଟିନିବଦ୍ଧ କରୁଛି ଏବଂ ସେଥିମଧ୍ୟରେ ରହିଛି ଅଫିସ ଆସିଷ୍ଟାଣ୍ଟ, ଡାଟା ଏଣ୍ଟ୍ରି ଅପରେଟର, ଆକାଉଣ୍ଟ ଆସିଷ୍ଟାଣ୍ଟ ଏବଂ ଫୁଡ ଓ ବେଭରେଜ ଆଦି । ଏହି କୁଶଳତା ବିକାଶ ପାଠ୍ୟକ୍ରମଗୁଡିକ ଛାତ୍ରଛାତ୍ରୀଙ୍କର ଆବଶ୍ୟକତା ଏବଂ ସେମାନଙ୍କ ମଧ୍ୟରେ ରହିଥିବା କୁଶଳତା ଆଧାରରେ ଡିଜାଇନ କରାଯାଇଛି । ଟ୍ୟୁଟରମାନଙ୍କ ମାର୍ଗଦର୍ଶନରେ ଏହି ପାଠ୍ୟକ୍ରମଗୁଡିକ ଜରିଆରେ କୁଶଳତା ବିକାଶ ସହିତ ସେମାନଙ୍କୁ ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ମଧ୍ୟ ପାଠ୍ୟକ୍ରମ ଯୋଗାଇ ଦିଆଯାଉଛି ।
ଏପର୍ଯ୍ୟନ୍ତ ଏହି ପାଠ୍ୟକ୍ରମଗୁଡିକରେ ୨୩୧ ଜଣ ଛାତ୍ରଛାତ୍ରୀ ନାମଲେଖାଇ ସାରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୯୭ ଜଣ ସଫଳତାର ସହିତ ନିଯୁକ୍ତି ପାଇଛନ୍ତି । ସମ୍ପ୍ରତି ୩୩ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ସମସ୍ତ କାର୍ଯ୍ୟକଳାପ ଯୁବପିଢିଙ୍କୁ ଶିକ୍ଷା ଆହରଣ ଏବଂ ଉପାର୍ଜନ ଆରମ୍ଭ କରିବା ନିମନ୍ତେ ପ୍ରେରଣା ଦେଉଛି ।
ଏଥିରେ ଅତ୍ୟନ୍ତ ଉତ୍ସାହିତ ହିଣ୍ଡାଲକୋ ସମ୍ପ୍ରତି ଅଟୋମୋବାଇଲ, ଟିଭି ଓ ମୋବାଇଲ ମରାମତି, ଡ୍ରାଇଭିଂ, ମେକାନିକାଲ ଆଦି ନୂଆ ଟ୍ରେଡ ପ୍ରଚଳନ ସମ୍ଭାବନା ଅନୁଧ୍ୟାନ କରୁଛି ।
ପ୍ରୋଜେକ୍ଟ ‘ପ୍ରେରଣା’ ଅଧୀନରେ ନିଯୁକ୍ତି ପାଇଥିବା କିଶୋରୀ ଓ ମହିଳାମାନଙ୍କୁ ଟେଲରିଂ ତାଲିମ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ସମ୍ପ୍ରତି ୭୨ ଜଣ ମହିଳା ଓ କିଶୋରୀ ହୀରାକୁଦ, ବୁଦ୍ଧକଣ୍ଟା ଏବଂ ମାଷ୍ଟରପଡା ଲାରପଙ୍କ ଆଦି ତିନିଟି କେନ୍ଦ୍ରରେ ତାଲିମ ନେଉଛନ୍ତି । ସେମାନଙ୍କର ଉପାର୍ଜନ ପରିବାର ଆୟ ବୃଦ୍ଧି କରିବା ସହିତ ସଦ୍ଭାବପୂର୍ଣ୍ଣ ସମ୍ପର୍କ ବଜାୟ ରଖୁଛି । ଆଜି ପର୍ଯ୍ୟନ୍ତ ୭୦୦ରୁ ଅଧିକ ମହିଳା ତାଲିମ ନେଇସାରିଛନ୍ତି ଏବଂ ସେମାନଙ୍କର ଜୀବିକା ଉପାର୍ଜନ କରିବା ସହିତ ସେମାନଙ୍କ ପରିବାରଗୁଡିକର ଆୟ ସହିତ ଯୋଗ କରୁଛନ୍ତି ।
ଏଥିସହିତ ହିଣ୍ଡାଲକୋ ମହମ୍ମଦପୁର ଗ୍ରାମରେ ବିୟୁଟିସିଆନ୍ ତାଲିମ କାର୍ଯ୍ୟକ୍ରମ ପ୍ରଚଳନ କରିଛି ଯେଉଁଠାରେ ମହମ୍ମଦପୁର, ନୂଆଜାମଡା, ଗୁଣ୍ଡୁରୁପାଦ ଏବଂ ଡେଙ୍ଗିମାଛ ଆର ଆଣ୍ଡ୍ ଆର କଲୋନୀର ମହିଳା ଓ କିଶୋରୀମାନେ ତାଲିମ ନେଉଛନ୍ତି ।
ଏହି ସମସ୍ତ କୁଶଳତା ବିକାଶ ତାଲିମ କାର୍ଯ୍ୟକ୍ରମ ସମ୍ପର୍କରେ ମତଦେଇ ହିଣ୍ଡାଲକୋ ସମ୍ବଲପୁର କ୍ଲଷ୍ଟର ହେଡ୍ ଶ୍ରୀ କୈଳାସ ପାଣ୍ଡେ କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି ସମାବେଶୀ ଅଭିବୃଦ୍ଧି । ଯୁବପିଢିଙ୍କର କୁଶଳତାସ୍ତରରେ ଉନ୍ନତି ଘଟାଇବା ଦିଗରେ ଆମର ପ୍ରୟାସ ଏକ ପ୍ରଚଳିତ କାର୍ଯ୍ୟଧାରା ହୋଇଛି । ଏହାର ପରିଣତିରେ ବଞ୍ଚିତ ଜନସାଧାରଣ ଅନୁଭବ କରୁଛନ୍ତି ଯେ ହିଣ୍ଡାଲ୍କୋର ଉପସ୍ଥିତି ଭଲ କରିବାର ଏକ ଶକ୍ତି ହୋଇଛି ଏବଂ ଏହା ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ପ୍ରକ୍ରିୟା ଜରିଆରେ ଜନସାଧାରଣଙ୍କ ଜୀବନର ମାନରେ ଉନ୍ନତି ଆଣିବାକୁ ପ୍ରତିବଦ୍ଧ ରହିଛି ।”
କୁଶଳତା ବିକାଶ କ୍ଷେତ୍ରରେ ହିଣ୍ଡାଲକୋର ପ୍ରୟାସସମୂହକୁ ପ୍ରଶଂସା କରି ରିଜିଓନାଲ ଡାଇରେକ୍ଟର- ଏମ୍ପ୍ଲୟମେଣ୍ଟ, ସମ୍ବଲପୁର ଶ୍ରୀ ଏସ ସି ମୁର୍ମୁ କହିଛନ୍ତି ଯେ, ସମ୍ବଲପୁରରେ ସ୍କିଲ ସେଣ୍ଟର ଜରିଆରେ ଯୋଗାଇ ଦିଆଯାଉଥିବା ସେବା ଏବଂ ଟେଲରିଂ, ବିୟୁଟିସିଆନ୍ ଆଦି ଅନ୍ୟ ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରୁଛି । ଏହା ଅଧିକରୁ ଅଧିକ ଉଦ୍ୟୋଗୀ ପ୍ରସ୍ତୁତି ଦିଗରେ ସରକାରଙ୍କ ପ୍ରୟାସକୁ ଅଧିକ ଗତିଶୀଳ କରିବା ସହିତ ମେକ୍ ଇନ ଇଣ୍ଡିଆ କାର୍ଯ୍ୟକ୍ରମକୁ ସମର୍ଥନ କରୁଛି
Sign in
Sign in
Recover your password.
A password will be e-mailed to you.