ଉତ୍କଳ ଆଲୁମିନା କମ୍ପାନୀ ମୂଖ୍ୟ ଫାଟକ ଠାରେକଂଗ୍ରେସ ଦଳ ତରଫରୁ ବିକ୍ଷୋଭ

0 2

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଖଣି ପ୍ରଭାବିତ ଅଞ୍ଚଳ ତଥା କାଶୀପୁର ବ୍ଲକର ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଏବଂ ପ୍ରଦୂଷଣ ମୁକ୍ତ ଓ ପାରିପାର୍ଶ୍ବକ ଉନ୍ନତି ଆଦି ଅଞ୍ଚଳ ବାସୀଙ୍କ ମୌଳିକ ସମସ୍ୟା ସମ୍ବଳିତ ଛ ଦଫା ନ୍ୟାର୍ଯ୍ୟ ଦାବୀ ନେଇଁ କମ୍ପାନୀ ଅଞ୍ଚଳର ଜମି ହରା ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତଙ୍କ ସହ କଂଗ୍ରେସ କମିଟି ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଙ୍କ ନେତୃତ୍ୱ ରେ ଏକ ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଏହା ବିକ୍ଷୋଭ ପ୍ରଦର୍ଶନ ସମୟରେ ଉପସ୍ଥିତ ଥିଲେ। ଡିସିସି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, କୋରାପୁଟ ଲୋକସଭା ସାସଂଦ ସପ୍ତଗିରି ଶଙ୍କର ଉଲକା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆସଲାମ ଖାନ, କଂଗ୍ରେସ ବିଧାୟକ ପ୍ରାଥୀ ଆପୁଲସ୍ୱାମୀ କାଡ୍ରାକା, ଜିଲ୍ଲା ଏସସିସେଲ ସଭାପତି ରାଜେନ୍ଦ୍ର ଦୁରିଆ, ବ୍ଲକ ସଭାପତି ଅଗନ୍ଧ ନାଏକ ‌ ସହ ପ୍ରମୁଖ ଉପସ୍ଥିତ ରହିଥିଲେ |

Leave A Reply

Your email address will not be published.