ଆଠ ମାସ ହେଲା ସୋଲାର ପ୍ରକଲ୍ପ ଅଚଳ , ପିଇବା ପାଣି ପାଇଁ ହନ୍ତସନ୍ତ, ବାରମ୍ବାର ଦାବି ସତ୍ତ୍ୱେ ଫଳ ଶୂନ

0 2

ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରସାଇ ମେହେର ପଡ଼ା ଠାରେ ପାନୀୟଜଳ ନେଇ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତମାନ ରାଜ୍ୟରେ ସରକାର ଘରଘର ଜଳ ନାରା ଦେଉଛନ୍ତି। ଏଠାରେ ଦୁଇଟି ୱାର୍ଡ ର ଜନସାଧାରଣ ଏହି ପ୍ରକଳ୍ପ ଉପରେ ନିର୍ଭର କରୁଥାନ୍ତି। ଆଜିକୁ ଆଠ ମାସ ରୁ ଉର୍ଦ୍ଧ୍ବ ହେବ ଏହି ସୋଲାର ପ୍ରକଲ୍ପ ଅଚଳ ଅବସ୍ଥାରେ ପଡ଼ିରହିଛି ଥିବାରୁ ନିର୍ଭର କରୁଥିବା ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକମାନେ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ମରାମତି ହୋଇପାରୁନାହିଁ। ଫଲରେ ସ୍ଥାନୀୟ ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଏହି ସୈାର ପ୍ରକଳ୍ପ ମରାମତି ପାଇଁ ଦାବି ହେଉଛି।

Leave A Reply

Your email address will not be published.