ଉମରକୋଟ/ଜିତେନ୍ଦ୍ର ମହାନ୍ତି: ଐତିହାସିକ ପୋଡ଼ାଗଡ ପୀଠ ର ମଣ୍ଡେଇ ଇତି ମଧ୍ୟରେ ସମ୍ପୂର୍ଣ ହୋଇଯାଇଛି।ଏହି ଅବସର ରେ ୯୩ ମୌଜା ତଥା ୩ ମୁଠା ,ବୋରିଗାଁ,ପରିଆ, ହୀରପୁର ର ସମସ୍ତ ଦେବଦେବୀ ପ୍ରତୀକ ଲାଠି କୁର୍ଚି ଓ ବିମାନ ସହ ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟ କଲାବାଲି, କର୍ପାବଣ୍ଡ, ଭୟବେଲି,ଅମରାବତୀ ତେର ଗୋଟି ଗ୍ରାମର ର ଦେବା ଦେବୀ ଙ୍କ ଲାଠି, କୁର୍ଚି ଉପସ୍ଥିତ ଥିଲେ। ଦୁଇ ବର୍ଷ କରନା ଭୟ ଥିବାରୁ ଉକ୍ତ ଉତ୍ସବ ରେ ସଭା ସମିତି ହୋଇ ନଥିଲା କେବଳ ଦେବଦେବୀ ଙ୍କ ରୀତିନୀତି ପ୍ରକାରେ ମଣ୍ଡେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା।ଆସନ୍ତା କାଲି ସମସ୍ତ ଦେବାଦେବୀ ଙ୍କ ପ୍ରତୀକ ନିଜ ନିଜ ଗ୍ରାମକୁ ଫେରିଯିବେ।ଏହି ମଣ୍ଡେଇ ର ବିଶେଷତ୍ଵ ହେଲା ନଳ ବଂଶର ରାଜତ୍ୱ ସମୟରେ ଏହି ଅଞ୍ଚଳ କୁ ପୁଷ୍କର ବୋଲି କୁହା ଯାଉଥିଲା ।ଏହି ଠାରୁ ଅଭିବକ୍ତ କୋରାପୁଟ କଳାହାଣ୍ଡି,ଛତିଶଗଡ ଏବଂ ମହାରାଷ୍ଟ୍ର ପର୍ଯ୍ୟନ୍ତ ଏହି ନଳ ବଂଶ ଙ୍କ ରାଜା ମାନେ ରାଜତ୍ୱ ଥିଲା।ସେହି ସମୟ ରୁ ପ୍ରତି ବର୍ଷ ମାଘ ମାସରେ ଦେବଦେବୀ ଙ୍କ ମିଳନ ବା ମଣ୍ଡେଇ ପାଳନ ହୁଏ।ସେହି ପରମ୍ପରା ଓ ସଂସ୍କୃତି କୁ ସ୍ଥାନୀୟ ଆଦିବାସୀ ଆଜି ପର୍ଯ୍ୟନ୍ତ ବଜାଇ ରଖିଛନ୍ତି।ଏହି ଦେବା ଦେବୀ ମିଳନ ବ ମଣ୍ଡେଇ କୁ ଦେଖିବାକୁ ଓଡିଶା ତଥା ଛତିଶଗଡ ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ ଆସିଥାନ୍ତି।ଏହି ସମୟରେ ନଳ ବଂଶ ରାଜତ୍ୱ ସମୟର ଧ୍ୱଂସାବ ଶେଷ କୁ ଦେଖିବାକୁ ସୁଯୋଗ ପାଇଥାନ୍ତି।ପ୍ରତିବର୍ଷ ରାଜାଙ୍କ ଇଷ୍ଟ ଦେବୀ ଉପର ଗଡରେ ଥିବା ଗାଦୀମା ମନ୍ଦିର ଭୈରବ ଓ ଚାଉଁରୀୟା, ଦନ୍ତେଶ୍ୱରୀ, ବିର ନାରାୟଣ ଙ୍କ ନାମରେ ଏହି ମଣ୍ଡେଇ ପାଳିତ ହୋଇଥାଏ।ବର୍ତମାନ ସମୟରେ ପୋଡ଼ାଗଡ ରେ ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ଗଠନ କରାଯାଇଛି ଏହି ଟ୍ରଷ୍ଟ ର ସଦସ୍ୟ ମାନେ ମଣ୍ଡେଇ କୁ ସମ୍ପୂର୍ଣ ପରିଚାଳନା କରିଥାନ୍ତି ।ସ୍ଥାନୀୟ ଭାଷାରେ ମଣ୍ଡେଇ ର ଅର୍ଥ ହେଲା ମେଳଣ।ଗୋଟିଏ ପକ୍ଷ ରେ ଏହି ମଣ୍ଡେଇ ରେ ଦେବଦେବୀ ଙ୍କ ମେଳଣ ହେବାସହ ବହୁ ଦୂର ଦୂରନ୍ତା ରୁ ଆସିଥିବା ଶ୍ରଦ୍ଧାଳୁ ନିଜ ସମ୍ପର୍କୀୟ ଙ୍କୁ ଭେଟି ବାର ସୁଯୋଗ ପାଇଥାନ୍ତି।ଏହି ସମୟରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ମାନ ଖୋଲି ଥାଏ ଲୋକମାନେ ଆବଶ୍ୟକୀୟ ଜିନିଷ ପତ୍ର କିଣି ଥାନ୍ତି।ଚଳିତ ବର୍ଷ ମଣ୍ଡେଇ ପରିଚାଳନା ରେ ପୋଡ଼ାଗଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଉର୍ଦ୍ଧବ ନାୟକ, ଉପସଭାପତି ଜଗଦୀଶ ନାୟକ ସାଧରଣ ସମ୍ପାଦକ ପୁରୁଷୋତ୍ତମ ଭତ୍ରା ସହ ସମ୍ପାଦକ ତୁଳସୀ ରାମ ଭତ୍ରା , କୋଷାଧ୍ୟକ୍ଷ ମତିରାମ ଭତ୍ରା,ସୋନା ମାଝୀ, ଦେବୀ ସିଂ ମାଝୀ ,ମୁଖ୍ୟ ଉପଦେଷ୍ଟା କୈଳାଶ ବେହେରା ପରିଚାଳନା ରେ ସମ୍ପୂର୍ଣ ସହଯୋଗ କରିଥିଲେ। ଉତ୍ସବ ରେ ମୁଖ୍ୟ ଅତିଥି ସାଂସଦ ରମେଶ ଚନ୍ଦ୍ର ମାଝି, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ଅନ୍ୟାନ୍ୟ ଉପଦେଷ୍ଟା ଦଶରୁ ନାୟକ,ଜଳଧର ମାଝୀ, ଜିତୁ କଲାର,ଦେବ ଭତ୍ରା,ଦୟା ପୂଜାରୀ,ଗୁରୁ ଖରା ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.