ରାଉରକେଲା /ଵଣାଇଁ(ବସନ୍ତ କୁମାର ଜେନା) : ଜନସାଧାରଣ କଂ ଗମନାଗମନ ର ସୁବିଧା ଯୋଗାଇଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀକଂ ମଧ୍ୟ ରେ ସଲାସୁତୁରା ଯୋଗୁଁ ଅନେକ କାମ ନିମ୍ନ ମାନର ହେଉଥିବା ଦେଖିବାକୁ ମିଳିଛି । ସହର ର ମୁଖ୍ୟ କନ୍ତଯୋଡି ଛକ ଠାରୁ ଜାଙ୍ଗଳା ସେତୁ ପର୍ଯ୍ୟନ୍ତ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ । ୭ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ରେ ଆରମ୍ଭ ହୋଇଥିବା ଏହି ରାସ୍ତା କାମ ୧୧/୧/୨୨ ରୁ ଆରମ୍ଭ ହୋଇ ୧୦/୧/୨୩ ରେ ସରିବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା କେବଳ ୬୦% ପ୍ରତିଶତ କାମ ସରିଛି । କାର୍ଯ୍ୟ ର ଅବଧି ଶେଷ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାମ ସରି ପାରିନାହିଁ । ତେଣୁ ଯେଣତେଣ ପ୍ରକାରେ କାମ ସାରିଦେବା କୁ ଚେଷ୍ଟା କରୁଛନ୍ତି ଠିକାଦାର । ପିଚୁ କାମ ସମୟରେ ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବା ଯୋଗୁଁ ଠିକାଦାର ନିଜ ଇଚ୍ଛା ଅନୁସାରେ ନିମ୍ନ ମାନର କାମ କରୁଥିବା ଅଭିଯୋଗ ହେଉଛି। ଫଳରେ ରାସ୍ତା ର ସ୍ଥାୟୀତ୍ବ କୁ ନେଇ ଚିନ୍ତାରେ ଗ୍ରାମବାସୀ । ରାସ୍ତା ରେ ଆବଶ୍ୟକ ମୁତାବକ କାମ ହେଉନଥିବାରୁ ଜକୈକଳା ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଏବିଷୟରେ ଆଜି ଵଣାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ।,ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକାରୀ ସଵୁଜାଣି ଚୁପ୍ ରହି ଯାଇଛନ୍ତି। ସାଧାରଣ ଚାରିଚକିଆ ଯାନ ଟିଏ ଗଲେ ରାସ୍ତାରୁ ଚିପ୍ସ ଉଠି ଯାଇ ଏଣେତେଣେ ବିଛାଡି ପଡୁଛି । ଏତେ ପରିମାଣର ଧୂଳି ଉଡୁଛି ଯେ ଯାତାୟତ କରୁଥିବା ପଥଚାରୀ ଅଣନିଃଶ୍ବାସୀ ହୋଇ ଯାଉଛନ୍ତି । କେତେ ବେଳେ ମନେପଡିଲେ ଲୋକ ଦେଖିବାକୁ ଏଣେ ତେଣେ ପାଣି ଟିକିଏ ସିଞ୍ଚନ କରୁଅଛନ୍ତି ।ରାସ୍ତା ଉପରେ ଶୁଖିଲା ଚିପ୍ସ ସବୁ ପଡ଼ିବା ଯୋଗୁଁ ଅନେକ ସମୟରେ ବାଇକ୍ ଆରୋହୀ ଓ ସାଇକେଲ ଚାଳକ ମାନେ ଦୁର୍ଘଟଣା ର ସମ୍ମୁଖୀନ ମଧ୍ୟ ହେଉଅଛନ୍ତି । ତେଣୁ ଆଗାମୀ ଦିନରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ରେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବା ସହିତ ଅତିଶୀଘ୍ର ସମ୍ପୂର୍ଣ୍ଣ କରିବା ନିମନ୍ତେ ଜକୈକଳା ବରିଷ୍ଠ ନାଗରିକ ସଂଘର ସଭାପତି ହେମଚନ୍ଦ୍ର ପ୍ରଧାନ (ଡମ୍ବରୁ) କଂ ସମେତ ସଂଘର କାର୍ଯ୍ୟକର୍ତା ସୁବାଷ ଚନ୍ଦ୍ର ପ୍ରଧାନ, ଚନ୍ଦ୍ରମଣି ସାହୁ, ଶୁଶିଲ ସାହୁ, ଚକ୍ରଧର ସାହୁ, ପ୍ରମୁଖ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post