କାମାକ୍ଷାନଗର,(ରିତେଶ ବ୍ରହ୍ମା):-ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗତକାଲି ଦିନ ଦ୍ବିପହରରେ ହୋଇଥିବା ବଡ଼ ସଶସ୍ତ୍ର ଲୋଟ ଘଟଣା , ତଦନ୍ତ ପାଇଁ ଆଜି ବ୍ୟାଙ୍କ ରେ ପହଁଚିଲେ ଉତ୍ତରାଞ୍ଚଳ ଡ଼ି.ଆଇ.ଜି ବ୍ରିଜେଶ କୁମାର ରାଏ |ତେବେଘଟଣା ସ୍ଥଳରେ ତାଳଚେର ଉତ୍ତରାଞ୍ଚଳ ଡ଼ି.ଆଇ.ଜି ବ୍ରିଜେସ କୁମାର ରାଏ ଓ ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର ପହଞ୍ଚିବା ସହ ବ୍ୟାଙ୍କ ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟାଙ୍କ କର୍ମଚାରିଙ୍କ ସହ ଆଲୋଚନା କରି ତଦନ୍ତ କରିଛନ୍ତି।।ପୋଲିସ ତରଫରୁ ଏକ ସ୍ବତନ୍ତ୍ର ଟିମ କରାଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ରେଡ କରାଯାଉଛି।ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଅନୁଧାନ କରି ତଦନ୍ତ କରାଯାଉଥିବା କହିଛନ୍ତି DIG।ସୂଚନା ଅନୁସାରେ ଗତକାଲି ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭିତ କରିବା ସହ ଫାଙ୍କା ଗୁଳି ଚଳାଇ ବ୍ୟାଙ୍କରୁ ଲୁଟ ହୋଇଥିଲା।୨ଟି ବାଇକରେ ୪ଜଣ ଆସି ହଠାତ ବ୍ୟାଙ୍କ ଭିତରେ ପଶିବା ସହ ଲୁଟିବା ସହ ଫେରାର ହୋଇଯାଇଥିଲେ।ପ୍ରାଥମିକ ଭାବେ ୬ଲକ୍ଷ ଟଙ୍କା ଓ ୪ଟି ସୁନା ବାକ୍ସରୁ ୫୩୫ଟି ପ୍ୟାକେଟ ସୁନା ଲୁଟ ହୋଇଥିବା DIG ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post